ETV Bharat / state

କୁକୁଡ଼ା ଲଢ଼େଇ ବେଳ ପୋଲିସର ଚଢ଼ାଉ , 7 ଜୁଆଡ଼ି ଗିରଫ - ପଲଟନଗୁଡ଼ାରେ କୁକୁଡ଼ା ଲଢ଼େଇ

ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପଲଟନଗୁଡ଼ା ଠାରେ ଚାଲିଥିବା ଏକ କୁକୁଡ଼ା ଲଢେ଼ଇ ଓ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ୭ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ...

କୁକୁଡ଼ା ଲଢ଼େଇ ବେଳ ପୋଲିସର ଚଢ଼ାଉ , 7 ଜୁଆଡ଼ି ଗିରଫ

author img

By

Published : Oct 4, 2021, 9:00 PM IST

ଦେବଗଡ଼: ପୌରାଞ୍ଚଳରେ ଏକ କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ । ଏହି ଚଢ଼ଉରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ପଲଟନଗୁଡ଼ାରେ ଚାଲିଥିଲା ଏହି ବେଆଇନ କୁକୁଡ଼ା ଲଢ଼େଇ ତଥା ଜୁଆ ଆଡ୍ଡା । କୌଣସି ସୂତ୍ରରୁ ଖବର ପାଇ ଦେବଗଡ ଜିଲ୍ଲା ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ କୁକୁଡ଼ା ଲଢେ଼ଇ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ପରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଚଢ଼ାଉ ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ଯିବାକୁ ଭରପୁର ପ୍ରୟାସ କରିଥିଲେ । ତେବେ ଏଥିରେ ସାମାନେ ଫେଲ୍‌ ମାରିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି । ଦେବଗଡ଼ ସହରାଞ୍ଚଳ ଅନ୍ତର୍ଗତ ପଲଟନଗୁଡା ଓ ଆଖପାଖ ଅଞ୍ଚଳରେ ଦୀର୍ଘଦିନ ଧରି ଏହି ଜୁଆ ଆଡ୍ଡା ଚାଲିଥିଲା । ଫଳରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ ।

ଜୁଆ ଆଡ୍ଡାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଵୃଦ୍ଧି ପାଇବାରେ ଲାଗିଥିଲା । ଏଭଳି ବେଆଇନ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ପାଇଁ ନିୟମିତ ବ୍ୟବଧାନରେ ସମସ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ଚଢ଼ାଉ କରାଯିବାକୁ ସହରବାସୀ ଦାବି କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୋଲିସ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.