ETV Bharat / state

ଦେବଗଡରୁ ନକଲି ଡାକ୍ତର ଗିରଫ, ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌

author img

By

Published : Oct 27, 2022, 7:52 AM IST

ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀସେବା ଆଳରେ ଲୋକଙ୍କୁ ଠକି ବେପାର ଚଳାଇଥିବା ଜଣେ ନକଲି ଡାକ୍ତରକୁ ଆଜି ଗିରଫ କରିଛି ଦେବଗଡ଼ ପୋଲିସ । ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପୂର୍ବନାଅପରା ଗ୍ରାମର ପ୍ରଶାନ୍ତ ରାୟ । ଅଧିକ ପଢନ୍ତୁ

ଦେବଗଡରୁ ନକଲି ଡାକ୍ତର ଗିରଫ
ଦେବଗଡରୁ ନକଲି ଡାକ୍ତର ଗିରଫ

ଦେବଗଡ: ନିଜକୁ ଡାକ୍ତର ପରିଚୟ ଦେଇ କରୁଥିଲେ ରେଗୀସେବା । ପୋଲିସ ହାତରେ ବନ୍ଧା ହେଲେ ନକଲି ଡାକ୍ତର(Fake Doctor Arrested From Deogarh) । ଦେବଗଡ଼ରୁ ଜଣେ ନକଲି ଡାକ୍ତରକୁ ଗିରଫ କଲା ଦେବଗଡ ପୋଲିସ । ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀସେବା ଆଳରେ ଲୋକଙ୍କୁ ଠକି ବେପାର ଚଳାଇଥିବା ଜଣେ ନକଲି ଡାକ୍ତରକୁ ଗିରଫ କରିଛି ଦେବଗଡ଼ ପୋଲିସ । ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପୂର୍ବନାଅପରା ଗ୍ରାମର ପ୍ରଶାନ୍ତ ରାୟ ।

ଦେବଗଡରୁ ନକଲି ଡାକ୍ତର ଗିରଫ

ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଜଣେ ନକଲି ଡାକ୍ତରକୁ ଗିରଫ କରିଛି ଦେବଗଡ ଆଦର୍ଶ ଥାନା ପୋଲିସ । ଗିରଫ ନକଲି ଡାକ୍ତର ଜଣକ ହେଲେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପୂର୍ବନାଅପରା ଗ୍ରାମର ପ୍ରଶାନ୍ତ ରାୟ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ ପାସ କରିଥିବା ଜଣାପଡିଛି । ଏହାସହିତ ପୋଲିସ ନକଲି ଡାକ୍ତର ନିକଟରୁ ବହୁ ପରିମାଣରେ ଗର୍ଭ ନିରୋଧକ, ଏବଂ ଇଞ୍ଜେକସନ ଆଦି ଔଷଧ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:Dhamnagar Bypoll: ଲୋକେ ଟଙ୍କା ନିଅନ୍ତୁ, ନିଜ ଇଚ୍ଛାରେ ଭୋଟ ଦିଅନ୍ତୁ କହିଲେ ଦାମ

ସୂଚନାଅନୁସାରେ, ଦେବଗଡ଼ ଥାନା ଅନ୍ତର୍ଗତ କଦମଦର ଗ୍ରାମରେ ବେଆଇନ କ୍ଲିନିକ ଖୋଲି ରୋଗୀସେବା ଆଳରେ ଲୋକଙ୍କୁ ଠକୁଥିବା ଏହି ନକଲି ଡାକ୍ତର ସମ୍ପର୍କରେ ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଚଢାଉ କରିଥିଲା । ଚଢଉ ସମୟରେ ଗିରଫ ହୋଇଥିବା ନକଲି ଡାକ୍ତର ପ୍ରଶାନ୍ତ କୌଣସି ସଠିକ କାଗଜପତ୍ର ଦେଖାଇ ପାରିନଥିଲା । ଯାହା ଫଳରେ ପୋଲିସ ତାଙ୍କୁ ଗିରଫ କରି ଦେବଗଡ ଥାନାକୁ ଆଣିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ପ୍ରଶାନ୍ତ କୋଲକାତାର ଏକ ଅନାମଧେୟ ଅନୁଷ୍ଠାନର ନକଲି ସାର୍ଟିଫିକେଟ ଦେଖାଇ ୪ବର୍ଷ ହେଲା ‌କଦମଦର୍ହ ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଠକି ଆସୁଥିଲା । ଏଥି ପୂର୍ବରୁ ସେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ କ୍ଲିନିକ ଖୋଲି ଲୋକଙ୍କୁ ଠକି ଆସିଥିବା ମଧ୍ୟ ଜଣାଯାଇଛି । ଦୀର୍ଘ ୪ ବର୍ଷ ହେଲା ଏହି ନକଲି ଡାକ୍ତର ଜଣକ ଦେବଗଡ଼ ଜିଲ୍ଲାର କଦମଦର ଗାଁରେ ବେଆଇନ କ୍ଲିନକ ଖୋଲି ଲୋକମାନଙ୍କୁ ଚିକିତ୍ସା ଚଳାଇ ଥିବାବେଳେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିପରି ଜାଣିପାରି ନଥିଲା ସେ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ନକଲି ଡାକ୍ତର କହିଛନ୍ତି,"୪ ବର୍ଷ ହେଲା ମୁଁ ଏହି କ୍ଲିନିକ କରିଛି ।ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ମୁଁ କ୍ଲିନିକ କରିଥିଲି । ଜ୍ବର, ଥଣ୍ଡା, କାଶ ପାଇଁ ମୁଁ ଔଷଧ ଦେଉଥିଲି ।"

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.