ETV Bharat / state

ଜଙ୍ଗଲରୁ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Sep 17, 2022, 4:31 PM IST

ନିଖୋଜର 10 ଦିନ ପରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦେବଗଡ଼ ଥାନା ଅଧିନ ବଦବାହାଳ ଗ୍ରାମରେ ଏଭଳି ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

hanging dead body rescued of missing woman in deogarh
ଜଙ୍ଗଲରୁ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦେବଗଡ଼: ସ୍ଥାନୀୟ ଜଙ୍ଗଲରୁ ମିଳିଲା ମହିଳାଙ୍କ ଝଲନ୍ତା ମୃତଦେହ । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ 10ଦିନ ହେଲା ନିଖୋଜ ରହିଥିଲେ(Deogarh missing Woman) ଓ ଶେଷରେ ଝୁଲନ୍ତା ଅବସ୍ଥାରେ ତାଙ୍କର ଗଳିତ ମୃତଦେହ ଜଙ୍ଗଲରୁ ମିଳିଛି(Hanging dead body) । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଥାନା ଅଧିନ ବଦବାହାଳ ଗ୍ରାମରେ ଘଟିଛି । ମୃତ ମହିଳା ଜଣଙ୍କର ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ସ୍ଥାନୀୟ ଦନ୍ତାରିବାହାଲ ଗ୍ରାମର 55 ବର୍ଷୀୟ ସୁଭାଗିନୀ ବିଶ୍ୱାଳ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ: ମଦ ନିଶାରେ ସାଙ୍ଗକୁ ଟାଙ୍ଗିଆରେ ହାଣିଲା ସାଙ୍ଗ

ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ଠାରୁ ସୁଭାଗିନୀ ତାଙ୍କ ଗ୍ରାମ ଦନ୍ତାରିବାହାଲରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ନିଖୋଜ ଥିବା ନେଇ ଦେବଗଡ ଥାନ‌ାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ତେବେ ନିଖୋଜ ହେବାର 10 ଦିନ ପରେ ଡବାହାଳ ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ସୁଭାଗିନୀଙ୍କ ଗଳିତ ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ ।

ଏନେଇ ପରିବାର ଏବଂ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ । ଖବରପାଇ ଦେବଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ । ପାରିବାରିକ କଳହ କାରଣରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.