ଦେବଗଡ଼: ଜିଲ୍ଲାରେ ଦିନକୁଦିନ ବେକାବୁ ହେବାରେ ଲାଗିଛି କୋରୋନା । ସୋମବାର ଜିଲ୍ଲାରୁ ସର୍ବାଧିକ 34 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।
ସ୍ବାସ୍ଥ୍ୟବିଭାଗର ସୂଚନା ଅନୁଯାୟୀ, ସୋମବାର ଚିହ୍ନଟ ହୋଇଥିବା 34 ଆକ୍ରାନ୍ତଙ୍କ ମଧ୍ୟରୁ, 4 ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ଦେବଗଡ଼ ପୌରାଞ୍ଚଳରୁ 5 ଜଣ, ବାରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରୁ 14, ରିଆମାଳ ବ୍ଲକର ବିଭିନ୍ନ ଅଞ୍ଚଳରୁ 7, ତିଳେଇବଣି ବ୍ଲକରୁ 4 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି ।
ସମସ୍ତ ଆକ୍ରାନ୍ତଙ୍କୁ ଦେବଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜିର ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 407ରେ ପହଞ୍ଚିଛି । 251 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 156 ଜଣ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।
ସଂକ୍ରମଣର ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର14ରୁ 16 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ତିନୋଟି ବ୍ଲକରେ ତିନୋଟି ଟିମ ଗଠନ କରାଯାଇ 'ରାପିଡ଼ ଆଣ୍ଟିଜେନ ଟେଷ୍ଟ' କରାଯାଉଛି । ଏଥିରେ ସମସ୍ତେ ନିଜନିଜ କୋଭିଡ ଟେଷ୍ଟ କରାଇବାକୁ ପରାମର୍ଶ ଦିଆଯାଇଛି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ