ETV Bharat / state

ଚାଷୀଙ୍କ ଅଣ୍ଟା ଭାଙ୍ଗିଲା ବାତ୍ୟା ୟସ, କ୍ଷତିପୂରଣ ପାଇଁ ଦାବି

author img

By

Published : May 28, 2021, 6:47 AM IST

ରବି ଋତୁ ଚାଷର ଠିକ୍ ଅମଳ ସମୟରେ ବାତ୍ୟା ୟସ ପ୍ରଭାବରେ ଦେବଗଡ ଜିଲ୍ଲାର ବ୍ୟାପକ ଧାନ ଫସଲ ନଷ୍ଟ । ସଠିକ୍ ଆକଳନ କରି କ୍ଷତିପୂରଣ ପାଇଁ ଦାବି । ଅଧିକ ପଢନ୍ତୁ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ବାତ୍ୟା ୟସ, କ୍ଷତିପୂରଣ ପାଇଁ ଦାବି

ଦେବଗଡ଼: ବାତ୍ୟା ୟସର ପ୍ରଭାବରେ ଦେବଗଡ଼ ଜିଲ୍ଲାରେ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଯାଇଛି । ଠିକ୍ ରବି ଋତୁ ଧାନ ଅମଳ ସମୟରେ ବାତ୍ୟା ଚାଷୀଙ୍କୁ କ୍ଷତିରେ ପକାଇଛି । ସଠିକ୍ ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ 7ତିପୂରଣ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ବାତ୍ୟା ୟସର ପ୍ରଭାବରେ ଦେବଗଡ଼ ଜିଲ୍ଲାରେ ଗତ ଦୁଇଦିନ ଧରି ଜାରି ରହିଥିଲା ଲଗାଣ ବର୍ଷା । ଏହି ଲଗାଣ ବର୍ଷା ଫଳରେ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି । ବିଶେଷ କରି ଜିଲ୍ଲାର ଗୋହିରା ଆୟକଟ ଅଞ୍ଚଳ ତଥା ଦୁଧିଆନାଳି, ତେନ୍ତଳା ବାହାଳ, ତାଳକୁଣ୍ଡି ଓ ତାବଡା ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଧାନ ଅମଳ ହେବାକୁ ବସି ଥିବାବେଳେ ଚାଷୀମାନେ ଧାନ କାଟି କ୍ଷେତରେ ଜମାକରି ରଖିଥିଲେ । ଅଳ୍ପ କିଛି ଅଞ୍ଚଳରେ ଚାଷୀ ଅମଳ କରିଥିବା ଧାନକୁ ନିଜନିଜ ଘରକୁ ଆଣିଥିଲେ ।

ମାତ୍ର ଅଧିକାଂଶ ଚାଷୀ ଅମଳକ୍ଷମ ଧାନକୁ ନିଜନିଜ କ୍ଷେତରେ ରଖିଥିଲେ । ଠିକ ଏହି ସମୟରେ ୟସ ବାତ୍ୟା ପ୍ରଭାବରେ ଚାଷୀମାନେ କ୍ଷେତରେ ଜମାକରି ରଖିଥିବା ଧାନଗଛ ସବୁ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି । ଫଳରେ ମୁଣେଡରେ ହାତଦେଇ ବସିଛି ଚାଷୀ । ତେବେ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ କ୍ଷୟକ୍ଷତିର ସଠିକ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାପାଇଁ ପ୍ରଶାସନ ନିକଟରେ ଚାଷୀକୁଳ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.