ETV Bharat / state

ଦେବଗଡ଼ ଜିଲ୍ଲା ପକ୍ଷରୁ ଶିଶୁ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ - ଦେବଗଡ଼ ଜିଲ୍ଲା ପକ୍ଷରୁ ଶିଶୁ ଚଳଚ୍ଚିତ୍ର ଉତ୍ସବ

ଦେବଗଡ଼ ଟାଉନ ହଲ ଠାରେ ଶିଶୁ ଚଳଚ୍ଚିତ୍ର ଉତ୍ସବ  ଅନୁଷ୍ଠିତ ହୋଇଛି ।

deogarh
ଫଟୋ ସୌଜନ୍ୟ: ପ୍ରତିନିଧି, ଦେବଗଡ
author img

By

Published : Dec 21, 2019, 4:44 AM IST

ଦେବଗଡ଼: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଶିଶୁ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଶିଶୁ ଅଧିକାର ସମ୍ପର୍କିତ ବିଭିନ୍ନ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଦେବଗଡ

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଉତ୍ସବର ଅନ୍ୟତମ ଅତିଥି ଭାବେ ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପର ନିର୍ଦ୍ଦେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା, ଜିଲ୍ଲା ମଙ୍ଗଳ ଅଧିକାରୀ ବନମାଳୀ ଭୂୟାଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧିର ନାଇ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଆତୁଲ୍ୟ ପୂଜାରୀ ପ୍ରମୁଖ ଯୋଗ ଦେଇ ଶିଶୁ ଅଧିକାର ଓ ସୁରକ୍ଷା ଯଥା ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ନିର୍ଯ୍ୟାତନା ଆଦି କୁପ୍ରଥା ସମ୍ପର୍କରେ ଆଲୋକପାତ କରାଇଥିଲେ ।

ଏହି ଅବସରରେ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ୧୦୦ଟି ଶିଶୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଶିଶୁ ଚଳଚ୍ଚିତ୍ର 'ଆଇ ଆମ କାଲାମ ' ଏଥିରେ ବିଶେଷ ଭାବେ ଆଦୃତ ହୋଇଥିଲା ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଆଜି ଦେବଗଡ଼ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଶିଶୁ ଚଳଚିତ୍ର ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଶିଶୁ ଅଧିକାର ସମ୍ପର୍କିତ ବିଭିନ୍ନ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।

Body:ଆଜି ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ମହିଳା ଓ ଶିଶୁ ବିଭାଗ ଓ ମିଶନ ଶକ୍ତି ବିଭାଗ ର ମିଳିତ ସହଯୋଗରେ ଦିନିକିଆ ଶିଶୁ ଚଳଚିତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଆଇଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବ ରେ ଅନ୍ୟତମ ଅତିଥି ଭାବେ ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଭିନସେଣ୍ଟ ପୁନମକାନ୍ତ ଏକ୍କା , ଜିଲ୍ଲା ମଙ୍ଗଳ ଅଧିକାରୀ ବନମାଳୀ ଭୂୟାଁ , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧିର ନାଇ , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଆତୁଲ୍ୟ ପୁଝାରି ପ୍ରମୁଖ ଯୋଗ ଦେଇ ଶିଶୁ ଅଧିକାର ଓ ସୁରକ୍ଷା ଯଥା ବାଲ୍ୟ ବିବାହ , ଶିଶୁ ଶ୍ରମିକ ଓ ଶିଶୁ ନିର୍ଯ୍ୟାତନା ଆଦି କୁପ୍ରଥା ସମ୍ପର୍କରେ ଆଲୋକପାତ କରାଇଥିଲେ । ଏହି ପରିପ୍ରେକ୍ଷୀ ରେ ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କିତ ୧୦୦ ଗୋଟି ଶିଶୁ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ନୀଳମାଧବ ପଣ୍ଡା ଙ୍କ ନିର୍ଦ୍ଦେଶିତ ଶିଶୁ ଚଳଚିତ୍ର 'ଆଇ ଆମ କାଲାମ ' ଏଥିରେ ବିଶେଷ ଭାବେ ଆଦୃତ ହୋଇଥିଲା ।

Conclusion:ସମସ୍ତ ଶିଶୁ ଙ୍କୁ ନିଜନିଜ ଆଇନଗତ ଓ ସାମ୍ବିଧାନିକ ଅଧିକାର ସମ୍ପର୍କରେ ସଚେତନ କରାଇବା ଲକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବହୁ ସଂଖ୍ୟାରେ ଶିଶୁ ଓ ଅଭିଭାବକ ଉପଭୋଗ କରିବା ସହିତ ଏହାକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।

byte - ରୋମିଓ ମହାପାତ୍ର ( ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ଦେବଗଡ଼ )

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.