ETV Bharat / state

ଦେବଗଡ଼ ବିଧାୟକଙ୍କ ବିରୁଦ୍ଧରେ ବିଧାୟକପାଣ୍ଠି ଦୁରୂପଯୋଗ ଅଭିଯୋଗ, ତଦନ୍ତ ଦାବିକଲା ବିଜେଡି - deogarh MLA Subash chandra Panigrahi

ପୁଣି ବିବାଦରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ନିଜ ଅନୁଗତଙ୍କ ପାଇଁ ବିଧାୟକ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛି ବିଜେଡି। ଅଧିକ ପଢନ୍ତୁ

ଦେବଗଡ଼ ବିଧାୟକଙ୍କ ନାଁରେ ତେଜିଲା ବିରୋଧ
ଦେବଗଡ଼ ବିଧାୟକଙ୍କ ନାଁରେ ତେଜିଲା ବିରୋଧ
author img

By

Published : Jul 24, 2023, 7:51 PM IST

Updated : Jul 24, 2023, 8:06 PM IST

ଦେବଗଡ଼ ବିଧାୟକଙ୍କ ନାଁରେ ତେଜିଲା ବିରୋଧ

ଦେବଗଡ଼: ଅନୁଗତଙ୍କ ଘର ପାଚେରୀ ନିର୍ମାଣରେ ବିଧାୟକ ପାଣ୍ଠି ଦୁରୂପଯୋଗ ହେଉଥିବା ଅଭିଯୋଗ ହୋଇଛି । ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୁଦ୍ଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି । ଏନେଇ ଆଜି 5T ସଚିବଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି ବିଜେଡି ।

ଦେଖିବାକୁ ଗଲେ ଦେବଗଡ଼ ବିଧାୟକଙ୍କ ପିଛା ଛାଡ଼ୁନି ବିବାଦ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦିହୋଇ ପଡୁଛନ୍ତି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ବିଗତ ଦିନରେ ବିଧାନସଭା ଭଳି ପବିତ୍ର ଗୃହରେ ସାନିଟାଇଜର ପିଇ ସାରା ରାଜ୍ୟରେ ଚର୍ଚ୍ଚାର ପରିସରରେ ଥିବାବେଳେ , ପୁଣି କିଛିମାସ ତଳେ ଜଣେ ବିଡ଼ିଓଙ୍କୁ ମାଡ ମାରିବା ପରେ ଗିରଫ ହୋଇ ବିବାଦ ଘେରକୁ ଆସିଥିଲେ । ଏବେ ପୁଣି ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ବିଧାୟକଙ୍କ ନାଁରେ ଜଣେ ଅନୁଗତଙ୍କ ସନ୍ତୁଷ୍ଟି କରଣ ପାଇଁ ନିଜ ବିଧାୟକପାଣ୍ଠିର ଦୁରୂପଯୋଗ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ସୂଚନା ଅନୁଯାୟୀ , ଗତ କିଛିଦିନ ପୂର୍ବରୁ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଝାଳିଆମରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ବୁକାବେଡା ସ୍ଥିତ ବାସଭବନ ପାଚେରୀରେ ଏକ ସରକାରୀ ସୂଚନା ଫଳକ ଦେଖିବାକୁ ମିଳିଥିଲା । ଏହି ସୂଚନା ଫଳକରେ ଗତ 2021 - 22 ମସିହାରେ ଦେବଗଡ଼ ମହିଳା ମହାବିଦ୍ୟାଳୟ ପାଚେରୀ ନିର୍ମାଣ ପାଇଁ ବିଧାୟକପାଣ୍ଠିରୁ 3 ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ଉଲ୍ଲେଖ ଥିଲା । ତେବେ ବିଧାୟକ ଅନୁଦାନପାଣ୍ଠି ବିନିଯୋଗ ହୋଇଥିବା ସରକାରୀ ସୂଚନା ଫଳକ କାର୍ଯ୍ୟସ୍ଥଳରେ ଲାଗିବା ପରିବର୍ତ୍ତେ ଶିକ୍ଷକଙ୍କ ବାସଭବନ ପାଚେରୀରେ ଲଗାଯିବା ସମସ୍ତଙ୍କୁ ଆଚମ୍ବିତ କରିଥିଲା ।

ଏହି ଘଟଣା ଜଣାପଡିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ଏହି ଫଳକଟି ଉପରେ ରାତାରାତି ରଙ୍ଗ ବୋଲାଯାଇ ପୁଣି ଅନ୍ୟ ଏକ ଫଳକ ଲେଖାଯାଇଛି । ଏହି ନୁଆ ଫଳକରେ ଗତ 2021 - 22 ମସିହାରେ ବିଧାୟକ ପାଣ୍ଠିରୁ 2 ଲକ୍ଷ ଟଙ୍କାରେ ବୁକାବେଡା ଉପରସାହି କଂକ୍ରିଟ ରାସ୍ତା ଓ ଗାର୍ଡ ୱାଲ ନିର୍ମାଣ ହୋଇଥିବା ଉଲ୍ଲେଖ ରହିଛି । ତେବେ ଏହି ପାଚେରୀରେ ଗୋଟିଏ ପରେ ଗୋଟିଏ ସରକାରୀ ଫଳକ ଲେଖାଯିବା ପଛରେ ଥିବା ରହସ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିଧାୟକ ଜାଣିଶୁଣି ନିଜ ଘନିଷ୍ଠ ସହଯୋଗୀଙ୍କୁ ଉନ୍ନୟନକାର୍ଯ୍ୟ ନାମରେ ବିଧାୟକପାଣ୍ଠି ଯୋଗାଇ ତାଙ୍କ ସହଯୋଗରେ ଠିକାକାମ କରୁଥିବା ନେଇ ଗୁରୁତର ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ...ନିଆଳି ବିଜେଡିରେ ଜିଲ୍ଲା ସଭାପତିଙ୍କ ବୟାନକୁ ବିରୋଧ, କହିଲେ ନୂଆ ପ୍ରାର୍ଥୀ ନମିଳିଲେ ସ୍ବାଧୀନରୁ ଲଢ଼ିବୁ

ଏ ସମ୍ପର୍କରେ ସ୍ଥାନୀୟ ଲୋକେ କିଛିଦିନ ପୂର୍ବରୁ ତିଳେଇବଣି ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ତଦନ୍ତ ଦାବି କରିଛନ୍ତି । ସୂଚନା ମୁତାବକ, ଶିକ୍ଷକ ସୌଭାଗ୍ୟ ପାତ୍ର ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବାବେଳେ ପୋଲିସ ହାତରେ ଧରାପଡି ଥାନାରେ ଅଟକ ଥିଲେ । ପରେ ବିଧାୟକଙ୍କ ହସ୍ତକ୍ଷେପ ପରେ ସେ ପୁଣି ସକ୍ରିୟ ରାଜନୀତିରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହେଉଛି । ତେବେ ବିଧାୟକ ସୁବାସ ପାଣିଗ୍ରାହୀ ଏସଂକ୍ରାନ୍ତରେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରୁଥିବାବେଳେ, ବିଧାୟକପାଣ୍ଠିରେ ଗତ 2021-22 ମସିହାରେ ମହିଳା ମହାବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟ ହୋଇଥିବା କହି ସଫେଇ ଦେଇଛନ୍ତି ।

ସେପଟେ ଏହି ଗଟଣାକୁ ନେଇ ତାତିଛି ଜିଲ୍ଲା ବିଜେଡି। ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ଓ ସମର୍ଥକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଛନ୍ତି। ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକପାଣ୍ଠି ବିନିଯୋଗ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ 5T ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

Last Updated : Jul 24, 2023, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.