ETV Bharat / state

ଆବାସ ଯୋଜନା ସାତ ସପନ, ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ମାଙ୍କଡ଼ିଆ ପରିବାର

author img

By

Published : Jun 25, 2023, 9:25 AM IST

Updated : Jun 25, 2023, 10:47 AM IST

ଦେବଗଡ଼ ଜିଲ୍ଲାର କଳାମାଟି ମାଙ୍କଡିଆ ବସ୍ତିରେ ମିଳିନି ସରକାରୀ ଆବାସ । ବର୍ଷ ବର୍ଷ ଧରି ଭଙ୍ଗା ଦଦରା କୁଡ଼ିଆରେ ପଲିଥିନ ଟାଣି ବିତୁଛି ଜୀବନ । ଅଧିକ ପଢନ୍ତୁ

beneficiarie  deprived from awas yojana
beneficiarie deprived from awas yojana
ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ମାଙ୍କଡ଼ିଆ ପରିବାର

ଦେବଗଡ: ଗରୀବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଉପାନ୍ତ ଅଞ୍ଚଳର ଦୃଶ୍ୟ ହିଁ ବୟାନ କରୁଛି । ସରକାରୀ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର କଳାମାଟି ମାଙ୍କଡିଆ ବସ୍ତିରେ ।

ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ କଳାମାଟି ମାଙ୍କଡ଼ିଆ ସାହି । ଏହି ସାହିରେ ବସବାସ କରନ୍ତି ପ୍ରାୟ 80ଟି ମାଙ୍କଡ଼ିଆ ଜନଜାତି ପରିବାର । ବଣ ଜଙ୍ଗଲରୁ ଶିଆଳି ପଟ ସଂଗ୍ରହ କରି ସେଥିରେ ପଟ ରସି ତିଆରି କରି ବିକ୍ରି କରିବା ଏମାନଙ୍କ କୌଳିକ ବୃତ୍ତି । ମାତ୍ର ଜଙ୍ଗଲ ସମ୍ପଦ ଅବକ୍ଷୟ ଯୋଗୁଁ ଏହି ମାଙ୍କଡ଼ିଆ ପରିବାର ନିଜ କୌଳିକ ବୃତ୍ତି ହରାଇ ଏବେ କୁଲି ମଜୁରୀ କରି ପରିବାର ଚଳାଉଛନ୍ତି । ଅର୍ଥାଭାବ ଯୋଗୁଁ ଏହି ମାଙ୍କଡିଆ ପରିବାର ପକ୍ଷରେ ରହିବା ଉପଯୋଗୀ ବାସଗୃହ ଖଣ୍ଡିଏ ତିଆରି କରିବା ଅସମ୍ଭବ ହୋଇପଡିଛି । ତେଣୁ ଏଠାରେ ବସବାସ କରୁଥିବା ସମସ୍ତ ପରିବାର ମାଟି ପଥରରେ ନିର୍ମିତ କୁଡ଼ିଆ ଉପରେ ପଲିଥିନ ଖଣ୍ଡିଏ ଲେଖାଁଏ ଟାଣି ପିଲାଛୁଆ ଧରି ଜୀବନ ବିତାଇ ଆସୁଛନ୍ତି ।

ତେବେ ଆଜକୁ ଦୀର୍ଘ 20 ବର୍ଷ ହେଲା ସ୍ଥାନୀୟ ଲୋକେ ଏଭଳି ଦୟନୀୟ କୁଡ଼ିଆରେ ବସବାସ କରିଆସୁଥିଲେ ସୁଦ୍ଧା ଏମାନଙ୍କ ଉପରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ଧର୍ମକୁ ଆଖି ଠାର ମାରିବା ସଦୃଶ ଏହି ମାଙ୍କଡ଼ିଆ ପରିବାରଗୁଡିକ ମଧ୍ୟରୁ କିଛି ହାତଗଣତି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ଲେଖାଁଏ ଦେଇ ସ୍ଥାନୀୟ ପ୍ରଶାସନ ନିଜ ଦାୟିତ୍ୱ ସାରି ଦେଇଛି । ହେଲେ ଆହୁରି 60ରୁ ଅଧିକ ପରିବାର ପାଖରେ ଏ ପର୍ଯ୍ୟନ୍ତ ରହିବା ଉପଯୋଗୀ ଘର ଖଣ୍ଡିଏ ନାହିଁ । ଖରା ବର୍ଷା ଓ ଝଡ ତୋଫାନରେ ଅତ୍ୟନ୍ତ ଦୟନୀୟ ଭାବେ ନିଜ ଦଦରା କୁଡ଼ିଆରେ ଦିନକାଟି ଆସୁଛନ୍ତି ମାଙ୍କଡ଼ିଆ ପରିବାର । ବର୍ଷା ଓ ଝଡ ତୋଫାନ ବେଳେ ଘରେ ରହିବା ସୁରକ୍ଷିତ ନଥିବାରୁ ପିଲାଛୁଆ ଧରି ନିକଟସ୍ଥ ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି ।

ଦେବଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ନେଇ ପ୍ରଶାସନିକ ସ୍ତରରେ ଜୋରସୋର ପ୍ରଚାର ଚାଲିଛି । ହେଲେ କଳାମାଟି ମାଙ୍କଡିଆ ବସ୍ତିର ସ୍ଥିତି ଦେଖିଲେ ଏହା ହିଁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନାର ଯେ ନିଷ୍ଠୁର ବାସ୍ତବତା, ଏକଥାକୁ ଅସ୍ବୀକାର କରିହେବ ନାହିଁ ।

ଇଟିଭି ଭାରତ, ଦେବଗଡ଼

Last Updated : Jun 25, 2023, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.