ETV Bharat / state

କୃଷି ବିଭାଗରେ ଖାଲି ପଡିଛି ପଦବୀ, ଅସନ୍ତୋଷ ଚାଷୀକୂଳ

author img

By

Published : Feb 27, 2020, 7:53 PM IST

ଦେବଗଡ଼ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି । ବର୍ଷ ବର୍ଷ ଧରି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଖାଲି ପଡିଛି । ଫଳରେ କୃଷି ଉପରେ ନିର୍ଭରଶୀଳ ଜିଲ୍ଲାର ଚାଷୀକୁଳଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖାଦେଇଛି ।

agriculure depatartment  problem in deogarh'
ନାହିଁ ନାହିଁରେ ଚାଲିଛି ଦେବଗଡ଼ ଜିଲ୍ଲା କୃଷି ବିଭାଗ

ଦେଓଗଡ: ଦେବଗଡ଼ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି । ବର୍ଷ ବର୍ଷ ଧରି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଖାଲି ପଡିଛି । ଫଳରେ କୃଷି ଉପରେ ନିର୍ଭରଶୀଳ ଜିଲ୍ଲାର ଚାଷୀକୁଳଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖାଦେଇଛି ।

ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାରେ ପ୍ରାୟତଃ ଅଧିକାଂଶ ଲୋକ କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ସେ ଦୃଷ୍ଟିରୁ ଜିଲ୍ଲାରେ କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ସରକାର ନାନା କୃଷି ଭିତ୍ତିକ ଯୋଜନା କାର୍ଯ୍ୟକାରୀ କରାଇ ଆସୁଛନ୍ତି । ହେଲେ ବିଡ଼ମ୍ବନାର ବିଷୟ ଯେ, ଆଜକୁ ଦୀର୍ଘ ବର୍ଷ ହେଲା ଜିଲ୍ଲା କୃଷି ବିଭାଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଖାଲି ପଡିଛି ।

ଫଳରେ ଜିଲ୍ଲା କୃଷି ବିଭାଗର କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଜିଲ୍ଲାର ଚାଷୀମାନଙ୍କ ପାଖରେ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସମସ୍ତ କୃଷି ଭିତ୍ତିକ ଯୋଜନା କିଭଳି ପହଞ୍ଚିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜିଲ୍ଲା କୃଷି କାର୍ଯ୍ୟାଳୟରେ ଆଜକୁ ଦୀର୍ଘଦିନ ହେଲା ଖୋଦ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପଦବୀ ଖାଲି ପଡିଥିବା ବେଳେ ଗୋଟିଏ ବ୍ଲକ କୃଷି ଅଧିକାରୀ ପଦବୀ ଖାଲି ପଡିଛି । ସେହିପରି 5ଟି ସହକାରୀ କୃଷି ଅଧିକାରୀ, 13 ଟି ଭିଏଡବ୍ଲ୍ୟୁ, 5ଟି ବରିଷ୍ଠ କିରାଣି, 3 ଟି କନିଷ୍ଠ କିରାଣି , ଗୋଟିଏ ଅକାଉଣ୍ଟାଣ୍ଟ, 11ଟି କୃଷି ଓଭରସିଓର, ଗୋଟିଏ କନିଷ୍ଠ ଷ୍ଟେନୋ ଓ ଗୋଟିଏ କମ୍ପୋଷ୍ଟ ଇନିସ୍ପେକ୍ଟର ପଦବୀ ଆଜକୁ ଦୀର୍ଘ ସମୟ ହେଲା ଖାଲି ପଡିଛି ।

ମୋଟାମୋଟି ଭାବେ କହିବାକୁ ଗଲେ ନାହିଁ ନାହିଁରେ ଚାଲିଛି ଦେବଗଡ଼ ଜିଲ୍ଲା କୃଷି ବିଭାଗ । ଏଭଳି ପରିସ୍ଥିତିରେ କୃଷି ପ୍ରଧାନ ଦେବଗଡ଼ ଜିଲ୍ଲାରେ କୃଷି ଉନ୍ନତି କିଭଳି ହେବ ? ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ ଦେବଗଡ଼ ଜିଲ୍ଲା କୃଷି ବିଭାଗରେ ଦୀର୍ଘଦିନ ହେବ ଖାଲି ପଡିଥିବା ପଦ ପଦବୀ ଗୁଡିକୁ ତୁରନ୍ତ ପୁରଣ କରି ଏହି ବିଭାଗକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ଓ ଜନସାଧାରଣ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.