ETV Bharat / state

ଅସହାୟ ଶୈଶବ: ବଞ୍ଚିବାର ରାହା ଖୋଜୁଛନ୍ତି ବଡଛାପଲ ଗାଁର 3 ନାବାଳିକା

author img

By

Published : Jun 13, 2020, 8:58 PM IST

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡଛାପଲ ଗାଁରେ 3 ଜଣ ବାପ ମା' ଛେଉଣ୍ଡ ନାବାଳିକା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ପ୍ରତି ମୁହୂର୍ତ୍ତରେ ସାମ୍ନା କରୁଛନ୍ତି ଅସହ୍ୟ ଦୁଃଖ, କଷ୍ଟ ଓ ଯନ୍ତ୍ରଣା । ଅଧିକ ପଢନ୍ତୁ...

ଅସହାୟ ଶୈଶବ: ବଞ୍ଚିବାର ରାହା ଖୋଜୁଛନ୍ତି ବଡଛାପଲ ଗାଁର 3 ନାବାଳିକା
ଅସହାୟ ଶୈଶବ: ବଞ୍ଚିବାର ରାହା ଖୋଜୁଛନ୍ତି ବଡଛାପଲ ଗାଁର 3 ନାବାଳିକା

ଦେବଗଡ: ଦୀର୍ଘ ପାଞ୍ଚବର୍ଷ ହେଲା ବଞ୍ଚିବାର ରାହା ଖୋଜୁଛନ୍ତି ବାପ ମା' ଛେଉଣ୍ଡ 3 ଜଣ ନାବାଳିକା । ପ୍ରତି ମୁହୂର୍ତ୍ତରେ ସାମ୍ନା କରୁଛନ୍ତି ଅସହ୍ୟ ଦୁଃଖ, କଷ୍ଟ ଓ ଯନ୍ତ୍ରଣା । ସମାଜରେ ବଞ୍ଚିରହିବାର ଅଧିକାରକୁ ସୁରକ୍ଷା ଦେବାପାଇଁ ଏ ଅନାଥ ଶିଶୁଙ୍କ ପାଖକୁ ନା ଆଗେଇ ଆସୁଛି ପ୍ରଶାସନ ନା ଆସୁଛନ୍ତି କୌଣସି ଜନ ପ୍ରତିନିଧି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡଛାପଲ ଗାଁରେ ।

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଡ଼ଛାପଲ ଗାଁର ସ୍ବର୍ଗତଃ ଚିନ୍ତା ନାଏକ ଓ ପତ୍ନୀ ଇନ୍ଦେଇ ନାଏକ କୌଣସି ଅଜଣା ରୋଗରେ ପୀଡିତ ହୋଇ ଆଜିକୁ 5 ବର୍ଷ ପୂର୍ବରୁ ନିଜର 6ଟି ସନ୍ତାନକୁ ଅନାଥ କରି ଚାଲିଗଲେ ଆରପାରିକୁ । ମା' ବାପାଙ୍କ ମୃତ୍ୟୁ ପରେ ଛଅ ସନ୍ତାନ ମଧ୍ୟରୁ ବଡ଼ପୁଅ ଅରୁଣ ଓ ବଡ଼ଝିଅ ରାଇଧାନୀ ବିବାହ କରି ଅନ୍ୟତ୍ର ରହୁଥିବା ବେଳେ ଆଉଜଣେ ଝିଅ ଦ୍ରପତି ଜଣେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ତେବେ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଅନ୍ୟ 3 ଜଣ ନାବାଳିକା ସରସ୍ବତୀ, ସୀମା ଓ ଲଭଲିଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ଏମାନଙ୍କ ସାହା ଭରସା ପାଇଁ ପାଖରେ କେହିନାହିଁ । ଅସହାୟ ହୋଇପଡିଛନ୍ତି ତିନି ଭଉଣୀ । ସମାଜରେ ବଞ୍ଚି ରହିବା ପାଇଁ ପ୍ରତିମୁହୂର୍ତ୍ତରେ ସଂଗ୍ରାମ କରିବାକୁ ପଡୁଛି ଏହି ତିନୋଟି କୋମଳମତି ଶିଶୁଙ୍କୁ ।

ସେପଟେ ପୈତୃକ ସମ୍ପତ୍ତି ବୋଲି କିଛିନାହିଁ । ଘର ଖଣ୍ଡିକ ଯାହାଥିଲା ଝଡ଼ ତୋଫାନରେ ଭାଙ୍ଗି ଯିବାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ଜାଗା ନାହିଁ । ଏକ ପତର କୁଡ଼ିଆରେ ଆଶ୍ରୟ ନେଇଛନ୍ତି ଏହି ତିନୋଟି ଅନାଥ ଶିଶୁ । କେତେବେଳେ ଗାଁରେ ଥିବା ବଡ଼ ଭଉଣୀ ତ, ପୁଣି କେତେବେଳେ ସମ୍ପର୍କୀୟ ପିଉସୀ ଡାକି ମୁଠେ ଖାଇବାକୁ ଦେଉଛନ୍ତି । ହେଲେ ଭରଣ ପୋଷଣ ଦାୟିତ୍ବ ନେବାକୁ ସେମାନେ ମଧ୍ୟ ଅକ୍ଷମତା ପ୍ରକାଶ କରୁଛନ୍ତି । ଗୋଟିଏ ପକ୍ଷେ ଆର୍ଥିକ ଅନଟନ ଓ ଅନ୍ୟପକ୍ଷେ ସାମାଜିକ ସୁରକ୍ଷା ଏହି ଅସହାୟ ଶିଶୁଙ୍କ ଭବିଷ୍ୟତ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ବାପ ମା' ଛେଉଣ୍ଡ ଅସହାୟ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ପାଇଁ ସରକାର କେତେ କଣ ଯୋଜନା କାର୍ଯ୍ୟକାରୀ କରିଆସୁଥିବା ବେଳେ, ଦୀର୍ଘବର୍ଷ ହେବ ବଡ଼ଛାପଲ ଗାଁର ଏହି ଅନାଥ ଶିଶୁଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟର ବିଷୟ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.