ETV Bharat / state

ପିହୁ ଅପହରଣ ମାମଲାରେ ପୋଲିସକୁ କଲେ ସହଯୋଗ, ହେଲେ ସମ୍ବର୍ଦ୍ଧିତ - ଦେବଗଡ ପୋଲିସ

Pihu kidnapping case: ପିହୁ ଅପହରଣ ମାମଲାରେ ପୋଲିସକୁ ସାହାଯ୍ୟ କରିଥିବା 2 ଜଣ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ।ଅଧିକ ପଢନ୍ତୁ

ପିହୁ ଅପହରଣ ମାମଲାରେ ପୋଲିସକୁ ସହଯୋଗ କରିଥିବା ଦୁଇ ବ୍ୟକ୍ତି ସମ୍ବର୍ଦ୍ଧିତ

author img

By ETV Bharat Odisha Team

Published : Jan 12, 2024, 12:04 PM IST

ପିହୁ ଅପହରଣ ମାମଲାରେ ପୋଲିସକୁ ସହଯୋଗ କରିଥିବା ଦୁଇ ବ୍ୟକ୍ତି ସମ୍ବର୍ଦ୍ଧିତ

ଦେବଗଡ: ଜିଲ୍ଲାର ବହୁ ଚର୍ଚ୍ଚିତ ଶିଶୁକନ୍ୟା ପିହୁ ଅପହରଣ ଘଟଣାରେ ପୁଲିସକୁ ସହଯୋଗ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ପାଞ୍ଚ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଗତ ଡିସେମ୍ବର ୧୮ ତାରିଖରେ ଶିଶୁ କନ୍ୟା ପିହୁ ଅଗ୍ରୱାଲକୁ ଅପହରଣ କରାଯାଇଥିବା ବେଳେ 12 ଘଣ୍ଟା ମଧ୍ୟରେ ପୋଲିସ ଅପହୃତା ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା ।

ଦେବଗଡ ଜିଲ୍ଲାର ଶିଶୁ କନ୍ୟା ପିହୁ ଅଗ୍ରୱାଲକୁ ଅପହରଣ ମାମଲାରେ ସହଯୋଗ କରିଥିବା ଦୁଇ ଜଣ ବ୍ୟକ୍ତି, ସୁନ୍ଦରଗଡ଼ ଜିଲ୍ଲାର ହୋଟେଲ ପ୍ରଭାତୀ ରେସିଡେନ୍ସିର କର୍ମଚାରୀ କୁମୁଦ ସେଠୀ ଓ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ଭୋଇପାଲିର ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଗୁରୁବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜିପି ଜୟ ନାରାୟଣ ପଙ୍କଜ ଯୋଗ ଦେଇ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ନଗଦ ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଅପହରଣର ଦିନକ ପରେ ମା’ କୋଳକୁ ଫେରିଲା ପିହୁ

ସୂଚନା ଯୋଗ୍ୟ ଗତ ଡିସେମ୍ବର 18 ତାରିଖ ସନ୍ଧ୍ୟା ସମୟରେ ଦେବଗଡ ସହରର ଏକ ପ୍ରତିଷ୍ଠିତ କପଡା ବ୍ୟବସାୟୀଙ୍କ ଶିଶୁ କନ୍ୟା ପିହୁ ଅଗ୍ରଓ୍ୱାଲଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିଲେ । ସେହି ଦିନ ଦୁର୍ବୁତ୍ତ ମାନେ ସୁନ୍ଦରଗଡ଼ର ହୋଟେଲ ପ୍ରଭାତୀ ରେସିଡେନ୍ସିରେ ରହିବା ପାଇଁ ଯାଇଥିଲେ । ମାତ୍ର ହୋଟେଲ କର୍ମଚାରୀ କୁମୁଦ ଶ୍ରୀ ସେଠୀ ରହିବାକୁ ହେଲେ ଆଧାର କାର୍ଡ ମାଗିବାରୁ ଦୁର୍ବୁତ୍ତମାନେ ଦେଇ ନପାରି ଫେରି ଯାଇଥିଲେ । ସେହି ହୋଟେଲରୁ ଦୁର୍ବୃତ୍ତମାନଙ୍କ ସିସିଟିଭି ଫୁଟେଜ ପୋଲିସକୁ ମିଳିଥିବାରୁ ତଦନ୍ତ ପ୍ରକ୍ରିୟା ତ୍ଵରାନ୍ବିତ ହୋଇଥିଲା । ସେହିପରି ଦୁର୍ବୁତ୍ତ ମାନେ ଶିଶୁ କନ୍ୟାକୁ ବଡ଼ଗାଁ ନିକଟରେ ଛାଡି ଯିବାପରେ ଭୋଇପାଲିର ଲକ୍ଷ୍ମୀକାନ୍ତ ମିଶ୍ର ଶିଶୁ କନ୍ୟାକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ଉଭୟ ବ୍ୟକ୍ତିଙ୍କ ମହାନତା ଓ କର୍ତ୍ତବ୍ୟ ପରାୟଣ ପାଇଁ ପୁଲିସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରିବା ଦ୍ୱାରା ଅନ୍ୟ ମାନଙ୍କ ପାଇଁ ଏହା ପ୍ରେରଣା ବୋଲି ଆଇଜିପି ପଙ୍କଜ ପ୍ରକାଶ କରିଥିଲେ ।

ଏହି ଅବସରରେ ଉଦ୍ଧାର ଶିଶୁ କନ୍ୟା ପିହୁ ମଧ୍ୟ ଫୁଲ ଦେଇ ଦୁଇବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମୟରେ ଏସପି ପ୍ରଦ୍ୟୁମ୍ନ ମିଶ୍ର, ଅତିରିକ୍ତ ଏସପି ହେମନ୍ତ ପଣ୍ଡା, ଏସ୍ଡ଼ିପିଓ ସୌମ୍ୟ ରଞ୍ଜନ ମାଲିକ, ଡିଏସପି ଅଜୟ ତିର୍କୀ, ଦେବଗଡ଼ ଥାନା ଅଧିକାରୀ ସରୋଜ ସେଠୀ ଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.