ଦେବଗଡ: 15 ଫୁଟ ଲମ୍ବର ଅଜଗର ଉଦ୍ଧାର । ଗୁରୁବାର ରାତିରେ ରିଆମାଳ ରେଞ୍ଜ ଅଧିନ ଉଟୁଣିଆଁ ଗାଁ ହିଞ୍ଜୁଳି ନଦୀ ନିକଟରୁ 15 ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି ।
ରିଆମାଳ ରେଞ୍ଜ ଅଧିନ ଉଟୁଣିଆଁ ଗାଁର କିଛି ଲୋକ ଗୁରୁବାର ରାତି 10 ଟା ସମୟରେ ଗାଁ ନିକଟରେ ଥିବା ହିଞ୍ଜୁଳି ନଦୀକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ନଦୀକୂଳରେ ପ୍ରାୟ 15 ଫୁଟ ଲମ୍ବର ଅଜଗର ସାପ ଦେଖିବାକୁ ପାଇଥିଲେ । ସାପଟିକୁ ଦେଖି ଲୋକେ ଭୟଭୀତ ହୋଇ ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ମାନେ ସାପଟିକୁ ଦେଖିବା ପରେ ଏସମ୍ପର୍କରେ ତୁରନ୍ତ ପଲସମା ଫରେଷ୍ଟରଙ୍କୁ ଖବର ଦେଇଥିଲେ ।
ପଲସମା ଫରେଷ୍ଟରଙ୍କ ସହିତ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଆସି ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ସାପଟିକୁ ବନବିଭାଗ କର୍ମଚାରୀ ମାନେ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି ।
ଦେବଗଡରୁ ସରୋଜ, ଶତପଥି ଇଟିଭି ଭାରତ