ETV Bharat / state

ରଜ ଦୋଳିରେ ଝୁଲିଛି ଯୁବକଙ୍କ ମୃତଦେହ, ବଢିଲା ହତ୍ୟା ସନ୍ଦେହ

author img

By

Published : Jun 17, 2023, 10:49 AM IST

Updated : Jun 17, 2023, 10:58 AM IST

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠ ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

hanging dead body
hanging dead body
hanging dead body

କଟକ: ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣକ ସାହାଡ଼ାପଦା ଗ୍ରାମର ଅନିଲ ବେହେରା ବୋଲି ଜଣାପଡିଛି । ଅନ୍ୟପଟେ କେହି ହତ୍ୟା କରି ତାଙ୍କୁ ଦୋଳିରେ ଝୁଲାଇ ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ । ପୂର୍ବରୁ ମୃତ ଯୁବକଙ୍କ ସହିତ କିଛି ଯୁବକଙ୍କର ଗଣ୍ଡଗୋଳ ଥିବା ମୃତକଙ୍କ ଦାଦା ସୂଚନା ଦେଇଛନ୍ତି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଘଟଣା ସ୍ଥଳରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।

ପ୍ରକାଶ ଥାଉକି, ସେହିପରି କିଛିଦିନ ପୂର୍ବେ ଉମରକୋଟ ସରକାରୀ ତାଲିମ କେନ୍ଦ୍ରର ଲାଇବ୍ରେରୀରୁ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଇଲେକ୍ଟ୍ରୋନିକ ଓ ମେକାନିକ ବିଭାଗର ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ହେମ୍ରମଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସ୍ତ୍ରୀକୁ ଖୋଜିବା ସମୟରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ସ୍ବାମୀ ଭାରତ ଚନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ- ଲାଇବ୍ରେରୀରୁ ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏହା ମଧ୍ୟ ପଢନ୍ତୁୃ- କୋଚିଂ ସେଣ୍ଟର ହଷ୍ଟେଲ୍‌ରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନ୍ୟପଟେ ଗତ ମେ 30 ତାରିଖ ଦିନ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ଏକ କୋଚିଂ ସେଣ୍ଟରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ର କଟକ ଜିଲ୍ଲା ତିଗିରିଆର ସୁନୀଲ ପଣ୍ଡାଙ୍କ ପୁଅ ଶୁଭ୍ରାଂଶୁ ପଣ୍ଡା ବୋଲି ଜଣାପଡିଥିଲା । ସେ ଢେଙ୍କାନାଳ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ବିଭାର ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ବେଳେ ଏକ କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିଲେ । ତାଙ୍କ ରୁମରେ ଶୁଭ୍ରାଂଶୁଙ୍କ ମୃତଦେହ ଝୁଲୁଥିବାର ଦେଖି ହଷ୍ଟେଲର ଅନ୍ୟ ପିଲାମାନେ ମାଲିକଙ୍କୁ ଖବର ଦେଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଡାକ୍ତରଖାନାକୁ ଯିବା ପୂର୍ବରୁ ତାଙ୍କର ମୃତ ଘୋଷଣା କରିଥିଲେ ।

ସେହିପରି ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ମଧ୍ୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣକ ପୁରୀ ଜିଲ୍ଲା ଦାଣ୍ଡମକୁନ୍ଦପୁରର ଉତ୍ତମ ନାୟକ ନେଇ ଜଣାପଡିଥିଲା । ତେବେ ସେ ତାଙ୍କ ପରିବାର ସହ ବାଣୀବିହାର କ୍ୟାମ୍ପସ ଭିତରେ ରହୁଥିବା ବେଳେ ଦିନ ମଜୁରିଆ ଭାବରେ କାମ କରନ୍ତି ।

ଇଟିଭି ଭାରତ, କଟକ

Last Updated : Jun 17, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.