ETV Bharat / state

ହୋଲିରେ ଅଘଟଣ, ମହାନଦୀରେ ବୁଡି ଯୁବକ ମୃତ

author img

By

Published : Mar 19, 2022, 6:35 PM IST

Updated : Mar 19, 2022, 7:18 PM IST

ପୁଣି ହୋଲିରେ ଅଘଟଣ । ରଙ୍ଗ ଖେଳି ଗାଧୋଇବା ସମୟରେ ମହାନଦୀରେ ବୁଡି ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ହୋଲିରେ ଅଘଟଣ, ମହାନଦୀରେ ବୁଡି ଯୁବକ ମୃତ
ହୋଲିରେ ଅଘଟଣ, ମହାନଦୀରେ ବୁଡି ଯୁବକ ମୃତ

କଟକ: ପୁଣି ହୋଲିରେ ଆସିଲା ଦୁଃଖଦ ଖବର । ରଙ୍ଗ ଖେଳିସାରି ନଦୀରେ ଗାଧୋଇବା ସମୟରେ ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଗତକାଲି (ଶୁକ୍ରବାର) ଯାଜପୁରରେ ପାଣିରେ ବୁଜଡି ୪ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଆଜି କଟକରେ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।

ହୋଲିରେ ଅଘଟଣ, ମହାନଦୀରେ ବୁଡି ଯୁବକ ମୃତ

ସୂଚନା ଅନୁଯାୟୀ, ଅଭିଜିତ ବାରିକ୍ (ବବୁଲ) ନାମକ ଜଣେ ଯୁବକ ରଙ୍ଗ ଖେଳିସାରି ବିରିବାଟି ନିକଟରେ ଥିବା ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଏହିସମୟରେ ପାଣିରେ ବୁଡିଯାଇ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ବୟସ 22 ବର୍ଷ ହେବ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 19, 2022, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.