ETV Bharat / state

ଚୌଦ୍ବାରରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ଚୌଦ୍ବାରରେ ଯୁବକଙ୍କ ମୃତଦେହ ଉଦ୍ଧାର

୫୫ନଂ ଜାତୀୟ ରାଜପଥର ଚୌଦ୍ଵାର ନୁନଟିକିରି ଛକ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ମିଳିଛି । ମୃତ ଯୁବକ ଜଣକ ଚୌଦ୍ଵାର ଓଟିଏମ କଲୋନୀର ଲୋକନାଥ ବିଶ୍ବାଳ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଚୌଦ୍ବାର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

dead body found in choudwar cuttack
ରକ୍ତ ଜୁଡୁବୁ଼ଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
author img

By

Published : Jun 1, 2022, 11:47 AM IST

କଟକ: ୫୫ନଂ ଜାତୀୟ ରାଜପଥର ଚୌଦ୍ଵାର ନୁନଟିକିରି ଛକ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହ ମିଳିଛି । ମୃତ ଯୁବକ ଜଣକ ଚୌଦ୍ଵାର ଓଟିଏମ କଲୋନୀର ଲୋକନାଥ ବିଶ୍ବାଳ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଚୌଦ୍ବାର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଲୋକନାଥ ବିଶ୍ବାଳ ଅଟୋ ଚଳାନ୍ତି । ଗତକାଲି ରାତିରୁ ଘରକୁ ଫେରି ନଥିବା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ରାତିରେ ତାଙ୍କ ଡାଲା ଅଟୋଟି ଜଗତପୁର ବିରୂପା ବ୍ୟାରେଜରେ ଓଲଟି ପଡ଼ିଥିଲା । ହେଲେ ସେ ଗାଡ଼ିରେ ନଥିଲେ । ଜଗତପୁର ପୋଲିସ ଗାଡ଼ିଟିକୁ ଥାନାକୁ ନେଇଯାଇଥିଲା । ମାତ୍ର ନୁନଟିକିରି ଛକ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଚୌଦ୍ଵାର ପୋଲିସ ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଲୋକନାଥଙ୍କ ପାଖରୁ ୨୫ ହଜାର ଟଙ୍କା ଓ ଅନ୍ୟାନ୍ୟ ଜିନିଷ ପୋଲିସ ଜବତ କରିଛି । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.