ETV Bharat / state

ଜିଲ୍ଲାବାସୀଙ୍କୁ ଚେତାଇଲେ ଜିଲ୍ଲାପାଳ; ଅବୁଝା ହେଲେ ସାଙ୍ଘାତିକ ହେବ ସ୍ଥିତି

author img

By

Published : May 29, 2021, 12:12 PM IST

କଟକବାସୀ କୋଭିଡ ନିୟମର ଉଲ୍ଲଙ୍ଘନ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ଜିଲ୍ଲାବାସୀଙ୍କୁ ସଚେତନ କରାଇଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଜିଲ୍ଲାବାସୀଙ୍କୁ ଚେତାଇଲେ ଜିଲ୍ଲାପାଳ; ଅବୁଝା ହେଲେ ସାଙ୍ଘାତିକ ହେବ ସ୍ଥିତି
ଜିଲ୍ଲାବାସୀଙ୍କୁ ଚେତାଇଲେ ଜିଲ୍ଲାପାଳ; ଅବୁଝା ହେଲେ ସାଙ୍ଘାତିକ ହେବ ସ୍ଥିତି

କଟକ: ଆଜି(ଶନିବାର) ହେଉଛି ସପ୍ତାହନ୍ତ ସଟଡାଉନ । ଏହି ଦୁଇ ଦିନରେ ରାସ୍ତାଘାଟ ପୁରା ଶୂନଶାନ୍ । ହେଲେ ପୂର୍ବରୁ ଯେଉଁ ସୋମବାରଠୁ ଶୁକ୍ରବାର ଦିନ 11 ପର୍ଯ୍ୟନ୍ତ କଟକଣା କୋହଳ ରହିଛି, ଏହାରି ମଧ୍ୟରେ ଅନେକ ସ୍ଥାନରେ କୋଭିଡ କଟକଣା ଉଲ୍ଲଙ୍ଘନ କରାଯାଉଛି । ଏମିତିକି କଟକଣାକୁ ଫୁ କରି ପରିବା ମାର୍କେଟ, ରାସ୍ତାଘାଟ, ମାଛ ମାଂସ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି ଲୋକେ । ଯାହାଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବାର ଅଧିକ ଆଶଙ୍କା ରହିଛି । ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କଟକବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି, ଏହି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଥମେ ନିଜ ସୁରକ୍ଷା ଜରୁରୀ । ଯଦି ନିଜେ ସୁରକ୍ଷିତ ରହିବ ତେବେ ପରିବାର ଓ ସମାଜକୁ ସୁରକ୍ଷିତ ରଖିପାରିବ । ତେଣୁ ଅବୁଝା ହେଲେ କୋଭିଡ ସକ୍ରିୟ ହେବ । ତେବେ ଲକଡାଉନ ସମୟରେ ଯେତିକି ସମୟ କଟକଣା କୋହଳ ରହିଛି କଟକଣା ଆଧାରରେ ଯୋଗାଯୋଗ ଗମନାଗମନ କର । ନଚେତ ସ୍ଥିତି କିଛି ବି ହୋଇପାରେ ବୋଲି ଜିଲ୍ଲାପାଳ ଚେତାଇଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.