ETV Bharat / state

କୋରିଅର କମ୍ପାନୀର ତ୍ରୁଟି, ବଦଳିଗଲା ମୃତଦେହର ଠିକଣା - ଅନ୍ତିମ ସଂସ୍କାର

କୋରିଅର ସଂସ୍ଥାର ତ୍ରୁଟି ଯୋଗୁଁ ବଦଳିଗଲା ମୃତଦେହର ଠିକଣା । ଫଳରେ ଅନ୍ତିମ ସଂସ୍କାର ହୋଇଯିବା ପରେ ମୃତ ବ୍ୟକ୍ତିଙ୍କ ଚିତାଭସ୍ମ ସଂଗ୍ରହ ପାଇଁ ରାଜସ୍ଥାନର ବାସିନ୍ଦାଙ୍କ ସମ୍ପର୍କୀୟ ନେମାଳ ଆସୁଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 11, 2023, 8:05 PM IST

କଟକ: ଏକ କୋରିଅର ସଂସ୍ଥାର ତ୍ରୁଟି ଯୋଗୁଁ ବଦଳିଗଲା ମୃତଦେହର ଠିକଣା । ରାଜସ୍ଥାନ ଜୟପୁରର ଜଣେ ବ୍ୟକ୍ତିଙ୍କ ମୃତଦେହ କଟକ ଜିଲ୍ଲା ନେମାଳରେ ପହଞ୍ଚିଗଲା । ଆଉ ଘର ଲୋକ ମୃତକଙ୍କୁ ଚିହ୍ନି ନ ପାରି ତାଙ୍କ ଅନ୍ତିମ ସତ୍କାର ମଧ୍ୟ କରିଦେଲେ । ସବୁଠାରୁ ବଡ଼ କଥା ହେଉଛି କି ଅନ୍ତିମ ସଂସ୍କାର ହୋଇଯିବା ପରେ ମୃତ ବ୍ୟକ୍ତିଙ୍କ ଚିତାଭସ୍ମ ସଂଗ୍ରହ ପାଇଁ ଜୟପୁରର ବାସିନ୍ଦାଙ୍କ ସମ୍ପର୍କୀୟ ନେମାଳ ଆସୁଛନ୍ତି ଏବଂ ମୃତ୍ୟୁ ଓଡ଼ିଆ ଯୁବକଙ୍କ ମୃତଦେହ ମଧ୍ୟ ଓଡ଼ିଶା ଆସୁଛି । ସିନେମା କାହାଣୀ ପରି ଏହା ଲାଗୁ ଥିଲେ ବି ଏହା ସତ୍ୟ ଘଟଣା ଏବଂ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଜିଲ୍ଲାର ନେମାଳ ତିଳକଣା ପଞ୍ଚାୟତ ଅନ୍ତର୍ଗତ କୁଆଁଡୋଳ ଗାଁରେ ଏପରି ଏକ ଘଟଣା ଯାହାକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଗାଁର ବିଳାସ ଭୁଇୟା ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ତାଙ୍କର ଗତ ୭ଦିନ ତଳେ ଦେହ ଖରାପ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ବ୍ରେନ ଷ୍ଟୋକ ହୋଇଥିବା ଜଣାପଡିଥିଲା । ଚିକିତ୍ସା ଚାଲିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏକ କୋରିଅର କମ୍ପାନୀ ଦ୍ଵାରା ମୁମ୍ବାଇରୁ ବିମାନ ଯୋଗେ ତାଙ୍କ ମୃତଦେହ ଘରକୁ ଆସିଥିଲା । ତେବେ ବିମାନରେ ଆସିବା ସମୟରେ ରାଜସ୍ଥାନ ଜୟପୁରର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ମଧ୍ୟ ପାର୍ସଲ କରାଯାଉଥିଲା ।

ଏହା ବି ପଢନ୍ତୁ- Archana Nag gets Bail: ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

କୋରିଅର କମ୍ପାନୀ କର୍ତ୍ତୃପକ୍ଷ ନେମାଳ ବାସିନ୍ଦା, ବିଳାସଙ୍କ ମୃତଦେହ ଥିବା ବାକ୍ସରେ ଜୟପୁର ଠିକଣା ଓ ଜୟପୁର ମୃତଦେହ ବାକ୍ସରେ ନେମାଳ ଠିକଣା ଲଗାଇ ପଠାଇ ଦେଇଥିଲେ । ମୃତଦେହଟି ଫୁଲି ଯାଇଥିବାରୁ ବିଳାସର ଚେହେରା ପରିବାର ଲୋକ ଜାଣିନପାରି ଅନ୍ତିମ ସଂସ୍କାର କରିଦେଇଥିଲେ । କିନ୍ତୁ ଜୟପୁର ମୃତକ ପରିବାର ପାର୍ସଲ ଆସିଥିବା ମୃତଦେହ ତାଙ୍କର ନୁହେଁ ବୋଲି ଜାଣିବା ସହିତ ଅନ୍ତିମ ସଂସ୍କାର ନକରି ଖୋଳତାଡ଼ ଆରମ୍ଭ କରିଥିଲେ । ଶେଷରେ ନେମାଳ ଠିକଣା ପାଇ ସେମାନେ ଏନେଇ ସବିଶେଷ ଜଣାଇବା ସହିତ ବିଳାସ ମୃତଦେହକୁ ପଠାଇବା ବନ୍ଦୋବସ୍ତ କରିଥିବା ସୂଚନା ଦେଇଥିଲେ।

ବିଳାସଙ୍କ ପରିବାର ମଧ୍ୟ ଜୟପୁର ବ୍ୟକ୍ତିଙ୍କ ଚିତାଭସ୍ମ ସୁରକ୍ଷିତ ଭାବରେ ରଖିଛନ୍ତି, ଯାହାକୁ ସେ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି । ଏସବୁ ଭିତରେ ପ୍ରାଥମିକ ଭାବରେ ମହାତ୍ରୁଟି କୋରିଅର କମ୍ପାନୀ ସାମ୍ନାକୁ ଆସିଥିବା ବେଳେ ଏଥିରେ ଆଉ କାହାର ଭୁଲ ରହିଛି ତାହା ବିଧିବଦ୍ଧ ତଦନ୍ତ ହେଲେ ଜଣାପଡିବ। ସମଗ୍ର ଘଟଣା ନେଇ ବିଳାସଙ୍କ ପରିବାର ଲୋକ ମୁହଁ ଖୋଲିନାହାନ୍ତି । କିନ୍ତୁ ମିଳିଥିବା ଖବର ମୁତାବକ ଆସନ୍ତାକାଲି ବିଳାସଙ୍କର ମୃତଦେହ ବିମାନରେ ଭୁବନେଶ୍ବରରେ ପହଞ୍ଚିବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଗୋଟିଏ ପରିବାର ଦୁଇ ଦୁଇ ଥର ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ବେଳେ ଆଉ ଗୋଟିଏ ପରିବାରକୁ ତାଙ୍କ ଆତ୍ମୀୟଙ୍କ ଶେଷ ଦର୍ଶନ କରିବାର ସୁଯୋଗ ଓ ସତ୍କାର କରିବାର ଅଧିକାର ମିଳିପାରିଲାନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.