ETV Bharat / state

ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କରୁ ଭୁଲ ରକ୍ତ ଦେବା ଘଟଣା: ନିଲମ୍ବିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

A+ ରକ୍ତ ବଦଳରେ ରୋଗୀଙ୍କୁ ଦିଆଯାଇଥିଲା B+ ରକ୍ତ । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ। 4ଜଣ ଟେକ୍ନିସିଆନ କାର୍ଯ୍ୟରୁ ନିଲମ୍ବିତ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 5, 2023, 7:19 AM IST

4 କର୍ମଚାରୀ ନିଲମ୍ବିତ
4 କର୍ମଚାରୀ ନିଲମ୍ବିତ
4 କର୍ମଚାରୀ ନିଲମ୍ବିତ

କଟକ: ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ରକ୍ତ ଦିଆଯିବା ଘଟଣାରେ ନିଆଗଲା ଦୃଢ କାର୍ଯ୍ୟାନୁଷ୍ଠାନ। A+ ରକ୍ତ ବଦଳରେ ରୋଗୀଙ୍କୁ ଦିଆଯାଇଥିଲା B+ ରକ୍ତ। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ। 4ଜଣ ଟେକ୍ନିସିଆନ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ । ବର୍ତ୍ତମାନ ସେମାନଙ୍କୁ କାରଅ ଦର୍ଶାଅ ନୋଟିସ କରାଯାଇଥିବା ନେଇ ରେଡକ୍ରସ ରକ୍ତ ଭଣ୍ଡାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିବା 74 ବର୍ଷୀୟ ବିଭୂତି ଭୂଷଣ ଜେନାଙ୍କ ଅସୁସ୍ଥତା ଓ ହେମୋଗ୍ଲୋବିନ୍ କମିଯିବା କାରଣରୁ A+ ରକ୍ତର ଆବଶ୍ୟକତା ପଡ଼ିଥିଲା । ଏହାପରେ ବିଭୂତିଙ୍କ ପରିବାର ଲୋକେ କଟକ ରେଡକ୍ରସ୍ ବ୍ଲଡ଼ ବ୍ୟାଙ୍କରୁ A+ ବ୍ଲଡ଼ ଆଣିଥିଲେ ଏବଂ ଏହି A+ ରକ୍ତ ଅଣାଯାଇ ରୋଗୀଙ୍କୁ ଦିଆଯାଇଥିଲା । ତେବେ ଯେତେବେଳେ ବିଭୂତିଙ୍କ ଦେହରେ ରକ୍ତ ଦିଆ ଯାଇଥିଲା ସେତେବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା ।

ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଜଟିଳ ହେବାରୁ ନର୍ସିଂହୋମ କର୍ତ୍ତୃପକ୍ଷ ରକ୍ତର ଗ୍ରୁପ୍‌କୁ ନେଇ ସନ୍ଦେହ କରିବା ସହ ଏହାର ଟେଷ୍ଟ କରିଥିଲେ । ତେବେ ଟେଷ୍ଟ ପରେ ଏହା B+ ରକ୍ତ ବୋଲି ଚିହ୍ନଟ ହୋଇଥିଲା । ବ୍ଲଡ ବ୍ୟାଗରେ A+ ଲେଖା ଥିବା ବେଳେ ଏହା ଭିତରେ B+ରକ୍ତ ରହିଥିଲା । ଏହି ଘଟଣା ପରେ ରୋଗୀଙ୍କ ପୁଅ ଏବଂ ଘରୋଇ ହସ୍ପିଟାଲର କର୍ମଚାରୀ ରେଡକ୍ରସ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ । ଏହାସହ ଲାଇଭ୍‌ ଟେଷ୍ଟ ପାଇଁ ମଧ୍ୟ କହିଥିଲେ, ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ରେଡକ୍ରସ୍ ବ୍ଲଡ ବ୍ୟାଙ୍କ ଭୁଲ ରକ୍ତ ଦେବା ଘଟଣା, ତ୍ରୁଟି ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ନିର୍ଦ୍ଦେଶକ

ସେପଟେ ପ୍ରାଥମିକ ତଦନ୍ତରୁ ରେଡକ୍ରସ ରକ୍ତ ଭଣ୍ଡାରର 4 ଜଣ ଟେକ୍ନିସିଆନଙ୍କ ତ୍ରୁଟି ସାମ୍ନାକୁ ଆସିଥିଲା। ଏହାପରେ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ସେହି 4ଜଣ ଟେକ୍ନିସିଆନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏହାସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଘଟଣାର ବିଦ୍ଧିବଦ୍ଧ ତଦନ୍ତ କରାଯାଉଛି । ତେବେ 4 ଜଣ ନିଲମ୍ବିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିବା କହିଛନ୍ତି ରକ୍ତ ଭଣ୍ଡାରର ନିର୍ଦ୍ଦେଶକ । ଏହା ସହିତ ଆଗକୁ ଯେମିତି ଏଭଳି ତ୍ରୁଟି ପରିଲକ୍ଷିତ ନହୁଏ ସେଥିପାଇଁ ଅଟୋମେସନ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ମଧ୍ୟ କହିଛନ୍ତି ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଚନ୍ଦ୍ରିକା ପ୍ରସାଦ ଦାସ ।

ପୂର୍ବରୁ ରେସକ୍ରସ୍‌ ବ୍ଲଡ୍‌ ସେଣ୍ଟରରେ ବ୍ଲଡ୍‌ ବ୍ୟାଙ୍କରୁ ରକ୍ତ ଯୋଗାଇ ଦେବା ନାଁରେ 1400 ଟଙ୍କା ଲାଞ୍ଚ ନେଉଥିଲା ବେଳେ ଗିରଫ ହୋଇଥିଲେ ଜଣେ ଦଲାଲ । ଗୋଟିଏ ପଟେ ରକ୍ତ ଦଲାଲ ସକ୍ରିୟ ଥିଲା ବେଳେ ଅନ୍ୟପଟେ ଗ୍ରୁପ ପରିବର୍ତ୍ତନ ନିଶ୍ଚୟ ରୂପେ କେଉଁଠି ନା କେଉଁଠି ଲୋକଙ୍କ ମଧ୍ୟରେ ଥବା ଭରସାକୁ ଶେଷ କରି ଦେଉଛି । ତେବେ କଟକକୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଦିନକୁ ଦିନ ବିକାଶ କରୁଥିଲା ବେଳେ ରେଡ୍‌କ୍ରସ୍‌ ବ୍ଲଡ୍‌ ବଦଳ ଘଟଣା ଏବେ ସାଧାରଣ ଲୋକଙ୍କ ମନକୁ ବେଶ ଆନ୍ଦୋଳିତ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.