ETV Bharat / state

କଟକରେ ଓଟିଡିସି ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ - କଟକରେ ଓଟିଡିସି ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ସିଲଭରସିଟି ବୋଟ କ୍ଲବରେ ଓଟିଡିସି ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 28, 2023, 7:22 AM IST

World Tourism Day

କଟକ: ସିଲଭରସିଟି ବୋଟ୍‌ କ୍ଲବରେ ପାଳିତ ହେଇଯାଇଛି ବିଶ୍ୱ ପର୍ଯ୍ୟଟନ ଦିବସ । ଓଟିଡିସି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ କଟକର ପର୍ଯ୍ୟଟନକୁ ନେଇ ଆଲୋଚନା ହୋଇଥିଲା । କଟକର ପର୍ଯ୍ୟଟନ ମାନଚିତ୍ରରେ ଏଵେ ପ୍ରମୁଖ ସ୍ଥାନରେ ରହିଛି । କଟକ ସହର ସହ ଜିଲ୍ଲାରେ ପର୍ଯ୍ୟଟନର ସୁନ୍ଦର ଭିତ୍ତିଭୂମି ତିଆରି ହେଲାଣି । କଟକରେ ମାରିଟାଇମ ମ୍ୟୁଜିୟମ ସହ ତାଳଦଣ୍ଡା କେନାଲକୁ ନୂଆ ରୂପ ଦିଆଯାଇଛି । ତାଳଦଣ୍ଡା କେନାଲରେ ବୋଟିଂ ଵ୍ୟଵସ୍ଥା ସହ କେନାଲ ନିକଟରେ ଫୁଡ୍ କୋର୍ଟର ଵ୍ୟଵସ୍ଥା ମଧ୍ୟ ହୋଇଛି । ଏହାସହ ଓଟିଡିସି ଦ୍ବାରା ସିଲଭର ସିଟି ବୋଟିଂ କ୍ଲବକୁ ନୂଆ ରୂପ ଦିଆଯାଇଛି ବୋଲି ଉପସ୍ଥିତ ଅତିଥି ମତ ରଖିଥିଲେ ।

ସେହିପରି ଜିଲ୍ଲାରେ ସାତକୋଶିଆରେ ଇକୋ ରିଟ୍ରିଟ ଵ୍ୟଵସ୍ଥା ସହ ନରସିଂହପୁରରେ ଦେଓଝର ଜଳପ୍ରପାତ ନିକଟରେ ପର୍ଯ୍ୟଟନ ଭିତ୍ତିଭୂମିର ଵିକାଶ ମଧ୍ୟ କରାଯାଇଛି । ତେବେ କଟକକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ଏବେ ଆହୁରି ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଓଟିଡିସି ଅଧ୍ୟକ୍ଷ ।

ଏହା ମଧ୍ୟ ପଢନ୍ତୁ-World Tourism Day: ବାଲୁକା ଚିତ୍ରକଳାରେ ପର୍ଯ୍ୟଟନ ଦିବସର ସଚେତନତା ବାର୍ତ୍ତା

ସେପଟେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ସହର ତଥା ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିର ଯଥେଷ୍ଟ ଵିକାଶ ହୋଇଛି । ମାତ୍ର ସହର ତଥା ଜିଲ୍ଲାରେ ଅନେକ କିଛି ସ୍ଥାନ ଏଭଳି ରହିଛି, ଯାହାର ଵିକାଶ କରାଗଲେ ପର୍ଯ୍ୟଟନ ଦୃଷ୍ଟିରୁ ବେଶ ଲାଭଦାୟକ ହେବ ।

ଏହା ମଧ୍ୟ ପଢନ୍ତୁ-ବିଶ୍ୱ ପର୍ଯ୍ୟଟନ ଦିବସରେ ବାଇକ ରାଲି, ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ

ବାରବାଟୀ କଟକ ଵିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି ଯେ, ସରକାର କଟକ ପାଇଁ ଯାହା କିଛି କରିଛନ୍ତି ତାହା କଟକ ପାଇଁ ଏକ ଗର୍ବର ବିଷୟ। କିନ୍ତୁ ଏହାର ଶ୍ରେୟ ସରକାର ନୁହଁ ବରଂ କଟକିଆ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ ମୋକିମ । ତେବେ ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ କଳିଙ୍ଗ ରାଇଡସ ପକ୍ଷରୁ ଏକ ଦୁଃସାହସିକ ବାଇକ ରାଇଡିଂ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ କଂଗ୍ରେସ ନେତା ମହମ୍ମଦ ମୋକିମ୍ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ମୂଲ୍ୟ ବୋଧକୁ ବୃଦ୍ଧି କରିବା ଏହି ଦିବସର ମବଳ ଲକ୍ଷ୍ୟ । ପ୍ରଥମ ଥର ପାଇଁ 27ସେପ୍ଟେମ୍ବର 1980ରେ ଏହି ଦିବସ ପାଳନ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.