କଟକ : ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। କଟକ ବିଡାନାସି ଥାନା ଅନ୍ତର୍ଗତ ଦେଉଳ ସାହିରେ ଜଣେ ମହିଳା ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣଙ୍କ ଗାୟତ୍ରୀ ରଣା ହୋଇଥିବା ଜଣାପଡିଛି ।
ତାଙ୍କ ବିବାହକୁ 13 ବର୍ଷ ପୂରି ଯାଇଥିଲେ ମଧ୍ୟ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ଯାହାକୁ ନେଇ ଗାୟତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ତେବେ ଆତ୍ମହତ୍ୟା ପଛର ରହସ୍ୟ ଵର୍ତମାନ ସୁଧା ଜଣାପଡିନାହିଁ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ