ETV Bharat / state

କ୍ରିକେଟର ରାଜଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ?

ଗତ 10 ତାରିଖରେ ଓଡିଶା ମହିଳା କ୍ରିକେଟ ଦଳର ତାଲିକା ଘୋଷଣା ହୋଇଥିଲା । ତାଲିକାରୁ ବାଦ ପଡିଥିଲେ ରାଜଶ୍ରୀ । ଆସନ୍ତା 15 ତାରିଖରେ ଘୋଷଣା ହୋଇଥିବା ଦଳ ପୁଡୁଚେରୀ ଯିବ । ଅଧିକ ପଢନ୍ତୁ

author img

By

Published : Jan 13, 2023, 10:41 PM IST

Updated : Jan 14, 2023, 9:12 AM IST

କ୍ରିକେଟର ରାଜଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି?

ଭୁବନେଶ୍ବର/କଟକ: ମହିଳା କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଖୁଣ୍ଟୁଣି ଗୁରୁଡିଝାଟିଆ ଜଙ୍ଗଲରୁ ମିଳିଛି ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । କାରଣ ରାଜଶ୍ରୀଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ରହିଛି । ଜଙ୍ଗଲରେ ପଡିଥିବା ସ୍କୁଟିଠାରୁ ମାତ୍ର 200 ମିଟର ଦୂରରେ ରହିଛି ମୃତଦେହ । ତାଙ୍କର ଦୁଇଟି ଆଖିରେ ଗଭୀର ଆଘାତ ଲାଗିଛି । ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡା ହୋଇଛି ।

ପ୍ରଥମ ପ୍ରଶ୍ନ- ଯଦି ରାଜଶ୍ରୀ ଆତ୍ମହତ୍ୟା କରିବାର ଥିଲା ସେ ଆଠଗଡର ଜଙ୍ଗଲକୁ କାହିଁକି ଯାଇଥିଲେ? ଦ୍ବିତୀୟ ପ୍ରଶ୍ନ- ବାପାଙ୍କୁ ସାକ୍ଷାତ କରିବାର ଥିଲା ବୋଲି କୋଚଙ୍କୁ କହିଥିଲେ ରାଜଶ୍ରୀ । ହେଲେ ବାପାଙ୍କୁ ସାକ୍ଷାତ କରିବାକୁ କାହିଁକି ଆସିଲେ ନାହିଁ ? ତୃତୀୟ ପ୍ରଶ୍ନ- ଚୟନକର୍ତ୍ତା ତାଙ୍କ ନାଁକୁ ଚୂଡାନ୍ତ ତାଲିକାରୁ ବାଦ ଦେବାରୁ ଭାଙ୍ଗିପଡିଥିଲେ କି ରାଜଶ୍ରୀ ?

ଚତୁର୍ଥ ପ୍ରଶ୍ନ- ରାଜଶ୍ରୀଙ୍କ କାହା ସହିତ ପ୍ରେମ ସମ୍ପର୍କ ଥିଲା କି ? ଆଠଗଡ ଜଙ୍ଗଲକୁ କାହା ସହିତ ଯାଇଥିଲେ ରାଜଶ୍ରୀ । ପଞ୍ଚମ ପ୍ରଶ୍ନ- ମହାବୀର ଗାଲାକ୍ସିରେ ରହିଥିଲେ ରାଜଶ୍ରୀ । ସେଠାରୁ ଘରକୁ ଯିବାର ଥିଲା । ହେଲେ ପୁରୀ ରାସ୍ତାରେ ନଯାଇ ଆଠଗଡ ରାସ୍ତାରେ କାହିଁକି ଗଲେ ? ଷଷ୍ଠ ପ୍ରଶ୍ନ- ପାରିପାର୍ଶ୍ବିକ ସ୍ଥିତି କହୁଛି, ରାଜଶ୍ରୀ ଏକା ନଥିଲେ ତାଙ୍କ ସହିତ ଆଉ କେହି ଥାଇପାରନ୍ତି । କାହା ସହିତ ପୂର୍ବଶତ୍ରୁତା ଥିଲାଙ୍କ ରାଜଶ୍ରୀଙ୍କର । ପୂର୍ବଶତ୍ରୁତାରୁ କେହି ହତ୍ୟା କରିନାହିଁ ତ?

ଗତ 10 ତାରିଖରେ ଓଡିଶା ମହିଳା କ୍ରିକେଟ ଦଳର ତାଲିକା ଘୋଷଣା ହୋଇଥିଲା । ତାଲିକାରୁ ବାଦ ପଡିଥିଲେ ରାଜଶ୍ରୀ । ଆସନ୍ତା 15 ତାରିଖରେ ଘୋଷଣା ହୋଇଥିବା ଦଳ ପୁଡୁଚେରୀ ଯିବ । ବରିଷ୍ଠ ମହିଳା ଦିନିକିଆ କ୍ରିକେଟ ପ୍ରଥମ ଦିନିକି ମ୍ୟାଚ ପାଇଁ କ୍ୟାମ୍ପ ହୋଇଥିଲା । ମହାବୀର ଗାଲାକ୍ସିରେ 25ଜଣ ମହିଳା ଖେଳାଳିଙ୍କ କ୍ୟାମ୍ପ ଚାଲିଥିଲା । 11 ତାରିଖରେ ସମସ୍ତ ଖେଳାଳି ଟାଙ୍ଗୀ ସ୍ଥିତ ଡ୍ରିମସ କଲେଜ ପଡିଆକୁ ଅଭ୍ୟାସ ପାଇଁ ଯାଇଥିଲେ । କଟକ ବଜ୍ରକବାଟୀରେ ଥିବା କ୍ୟାମ୍ପ ପରେ ଘରକୁ ଫେରିନଥିଲେ ରାଜଶ୍ରୀ । ଗତ 11 ତାରିଖକୁ ସେ ଘକୁ ଫେରିନଥିଲେ । ଏନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ କୋଚ । ତା ପରେ ଆରମ୍ଭ ହୋଇଥିଲା ଖୋଳତାଡ । ତେବେ ଏହା ଏକ ଆତ୍ମହତ୍ୟା କି ହତ୍ୟାକାଣ୍ଡ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ ।

ଇଟିଭି ଭାରତ, କଟକ/ଭୁବନେଶ୍ବର

Last Updated : Jan 14, 2023, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.