ETV Bharat / state

ମୃତ ଶିଶୁକୁ କୋଳରେ ଧରି ଖେଳଣା ବିକିଲା ମା'

କଟକ ବକ୍ସି ବଜାର ଛକରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା । ମୃତ ଶିଶୁକୁ କୋଳରେ ଧରି ରାସ୍ତାରେ ଖେଳଣା ବିକିଲା ମା । ଜିଲ୍ଲା ପ୍ରସାଶନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବହୁତ ବୁଝାଇବା ପରେ ମୃତ ଶିଶୁକୁ ମା' ଠାରୁ ଅଲଗା କରିଥିଲେ । ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ନେଇ ଥଇଥାନ କରାଯାଇଛି ।

author img

By

Published : Jul 19, 2019, 2:33 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଛୁଆର ମୃତ୍ୟୁକୁ ସହଜେ ସ୍ବୀକାର କରିପାରିଲାନି ମା' । ମୃତ ଶିଶୁକୁ କୋଳରେ ଧରି ରାସ୍ତାରେ ଖେଳଣା ବିକିଲା ମା । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ବକ୍ସି ବଜାର ଛକରେ । ଆର୍ଥିକ ଦୂରବସ୍ଥାରୁ ଶିଶୁର ଚିକିତ୍ସା କରି ପାରି ନଥିବା ମା'ର ଦୁଃଖ ଆଉ କ୍ଷୋବ ଜଳ ଜଳ ହୋଇ ବାରି ହୋଇ ପଡୁଥିଲା । ଏସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରସାଶନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବହୁତ ବୁଝାଇବା ପରେ ମୃତ ଶିଶୁକୁ ମା' ଠାରୁ ଅଲଗା କରିଥିଲେ । ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ନେଇ ଥଇଥାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଘଟଣାଟି ହୋଇଛି ଏମିତି, କଟକ ବକ୍ସିବଜାର ଅଞ୍ଚଳରେ ସୁବାସ ନାୟକ ଓ ସ୍ତ୍ରୀ ଭାରତୀ ପ୍ରଭା ନାୟକ 3 ଝିଅ ଙ୍କୁ ନେଇ ରହୁଥିଲେ । ସ୍ୱାମୀ ଦିନ ମଜୁରିଆ କାମ କରୁଥିବାବେଳେ ଆର୍ଥିକ ଅବସ୍ଥା ଠିକ ନଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । 4 ମାସ ତଳେ ତାଙ୍କ ସାନ ଝିଅ ରାସ୍ତା ପାର୍ଶ୍ୱରେ ପ୍ରସବ ହୋଇଥିଲା । ଜନ୍ମ ପରେ କୌଣସି କାରଣରୁ ଶିଶୁର ଅଣ୍ଟାରେ ଆଘାତ ଲାଗିଥିବାରୁ ତାଙ୍କୁ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପାଖରେ ଟଙ୍କା ନଥିବାରୁ ଠିକ ଭାବରେ ଚିକିତ୍ସା ହୋଇପାରି ନଥିଲା । ତେବେ ବକ୍ସିବଜାର ଛକରେ ଭାରତୀ ନିଜ ତିନି କୁନି ଝିଅଙ୍କୁ ଧରି ଖେଳଣା ବିକ୍ରି କରୁଥିଲେ । ତେବେ ଅଚାନକ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା । ତଥାପି ସେ ମୃତ ଶିଶୁକୁ ଧରି ରାସ୍ତାରେ ଖେଳଣା ବିକ୍ରି କରିବା ଦୃଶ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ପାରାଲିଗାଲ ଭଲ୍ୟୁଣ୍ଟଅର ବିଭୁତି ରାୟ, ଡିସିପିଓ ପ୍ରଗତି ମହାନ୍ତି ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିଥିଲେ । ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ରଖିବା ପାଇଁ ବ୍ୟବସ୍ଥା କରିଥିଲେ । ଅନ୍ୟପଟେ ମା ଭାରତୀ ନାୟକଙ୍କ ମାନସିକ ଅବସ୍ଥା ଠିକ ନ ଥିବାରୁ ତାଙ୍କୁ ଏସସିବିର ମାନସିକ ବିଭାଗରେ ଭର୍ତ୍ତି କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମୃତ ଶିଶୁକୁ କୋଳରେ ଧରି ରାସ୍ତାରେ ଖେଳଣା ବିକିଲା ମା।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ବକ୍ସି ବଜାର ଛକରେ।ଆର୍ଥିକ ଦୂରବସ୍ଥାରୁ ଶିଶୁର ଚିକିତ୍ସା କରି ପାରି ନଥିବା ମାର ଦୁଃଖ ଆଉ କ୍ଷୋବ ଜଳ ଜଳ ହୋଇ ବାରି ହୋଇ ପଡୁଥିଲା।ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପ୍ରସାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁ କୁ ମା ଠାରୁ ଅଲଗା କରିଥିଲେ।ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ନେଇ ଥଇଥାନ କରାଯାଇଛି।
କଟକ ବକ୍ସିବଜାର ଅଞ୍ଚଳରେ ସୁବାସ ନାୟକ ଓ ସ୍ତ୍ରୀ ଭାରତୀ ପ୍ରଭା ନାୟକ 3 ଝିଅ ଙ୍କୁ ନେଇ ରହୁଥିଲେ।ସ୍ୱାମୀ ଦିନ ମଜୁରିଆ କାମ କରୁଥିବାବେଳେ ଆର୍ଥିକ ଅବସ୍ଥା ଠିକ ନ ଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା।4 ମାସ ତଳେ ତାଙ୍କ ସାନ ଝିଅ ରାସ୍ଥା ପାର୍ଶ୍ୱରେ ପ୍ରସବ ହୋଇଥିଲା।ଶିଶୁର ଅଣ୍ଟାରେ ଆଘାତ ଲାଗିଥିବାରୁ ତାଙ୍କୁ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ପାଖରେ ଟଙ୍କା ନ ଥିବାରୁ ଠିକ ଭାବରେ ଚିକିତ୍ସା ହୋଇପାରି ନ ଥିଲା।ତେବେ ବକ୍ସିବଜାର ଛକରେ ଭାରତୀ ନିଜ ତିନି କୁନି ଝିଅ ଙ୍କୁ ଧରି ଖେଳଣା ବିକ୍ରି କରୁଥିଲେ।ତେବେ ଅଚାନକ ତାଙ୍କ ଶିଶୁ କନ୍ୟାର ମୃତ୍ୟ ହୋଇଯାଇଥିଲା।ତଥାପି ସେ ମୃତ ଶିଶୁକୁ ଧରି ରାସ୍ତାରେ ଖେଳଣା ବିକ୍ରି କରିବା ଦୃଶ୍ୟ ଚର୍ଚ୍ଚା ସୃଷ୍ଟି କରିଥିଲା।ଘଟଣା ସମ୍ପର୍କରେ ଖବର ପାଇ ପାରାଲିଗାଲ ଭଲ୍ୟୁଣ୍ଟଅର ବିଭୁତି ରାୟ ,ଡିସିପିଓ ପ୍ରଗତି ମହାନ୍ତି ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିଥିଲେ।ଏଥିସହ ଅନ୍ୟ 2 ଶିଶୁ କନ୍ୟାଙ୍କୁ ବସୁନ୍ଧରା ରେ ରଖିବା ପାଇଁ ବ୍ୟବସ୍ଥା କରିଥିଲେ।ଅନ୍ୟପଟେ ମା ଭାରତୀ ନାୟକଙ୍କ ମାନସିକ ଅବସ୍ଥା ଠିକ ନ ଥିବାରୁ ତାଙ୍କୁ ଏସସିବିର ମାନସିକ ବିଭାଗରେ ଭର୍ତ୍ତି କରାଯାଇଛି।

ବାଇଟ - ବିଭୁତି ରାୟ,ପାରାଲିଗାଲ ଭଲ୍ୟୁଣ୍ଟିଅର।
ବାଇଟ - ସୁବାସ ନାୟକ,ମୃତ ଶିଶୁର ବାପା।
ବାଇଟ - ମନ୍ଦାକିନୀ ଜେମା,ଅଧକ୍ଷା, ସିଡବ୍ଲୁସି।

Body:no need

Conclusion:also use wrap visual...

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.