ETV Bharat / state

ଅପରାଧ ଯୋଜନା ପଣ୍ଡ, 3 ଦୁର୍ବୃତ୍ତଙ୍କୁ ଗିରଫ କଲା ପୋଲିସ

author img

By

Published : Jan 6, 2021, 9:28 PM IST

ଗୋପାଳପୁର ସ୍କୁଲ ପଡିଆରେ 3 ଜଣ ଦୁର୍ବୃତ୍ତ ଅପରାଧ ଯୋଜନା କରୁଥିବାର ଖବର ପାଇଥିଲା ସଦର ଥାନା ପୋଲିସ । ଆଉ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ 3 ଜଣଙ୍କୁ ଗିରଫ ମଧ୍ୟ କରିଛି ।

3 ଦୁର୍ବୃତ୍ତଙ୍କୁ ଗିରଫ କଲା ପୋଲିସ
3 ଦୁର୍ବୃତ୍ତଙ୍କୁ ଗିରଫ କଲା ପୋଲିସ

କଟକ: ଅପରାଧ ଯୋଜନା ହେଲା ପଣ୍ଡ । ଦୁର୍ବୃତ୍ତ ଅପରାଧ କରିବା ପାଇଁ ଯୋଜନା କରୁଥିଲାବେଳେ ପହଞ୍ଚିଥିଲା କମିଶନରେଟ ପୋଲିସ । ଆଉ ଦୁର୍ବୃତ୍ତଙ୍କ ହାତରେ ପଡିଲା ହ୍ୟାଣ୍ଡକପ । ଏପରି ଏକ ଘଟଣା ଘଟିଛି କଟକ ଗୋପାଳପୁର ଅଞ୍ଚଳରେ।

ଗୋପାଳପୁର ସ୍କୁଲ ପଡିଆରେ 3 ଜଣ ଦୁର୍ବୃତ୍ତ ଅପରାଧ ଯୋଜନା କରୁଥିବାର ଖବର ପାଇଥିଲା ସଦର ଥାନା ପୋଲିସ । ଆଉ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ 3 ଜଣଙ୍କୁ ଗିରଫ ମଧ୍ୟ କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗିରଫଦାରୀ ସମୟରେ ଏକ ବନ୍ଧୁକ, 2ଟି ଭୁଜାଲି, ଗୋଟିଏ ମୋବାଇଲ ଫୋନ ଓ ଏକ ଗାଡି ମଧ୍ୟ ଜବତ କରିଛି ପୋଲିସ ।

ଗିରଫ ହୋଇଥିବା ଦୁର୍ବୃତ୍ତମାନେ ହେଲେ ନରେନ୍ଦ୍ର ପ୍ରଧାନ, ସନ୍ତୋଷ ପ୍ରଧାନ ଓ ସୋମନାଥ ପ୍ରଧାନ । ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.