ETV Bharat / state

ଭୋଟରଙ୍କ ମନ କିଣୁଛି ଆଦର୍ଶ ବୁଥ୍

ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ସାଲେପୁରର 230 ଓ 231 ନଂ ବୁଥ ହେଉଛି ଆଦର୍ଶ ବୁଥ୍ । ଏହି ଆଦର୍ଶ ବୁଥର ବ୍ୟବସ୍ଥାକୁ ମତଦାତାମାନେ ପ୍ରଶଂସା କରିଛନ୍ତି ।

author img

By

Published : Apr 29, 2019, 1:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରବଳ ଗରମ ସତ୍ତ୍ବେ ଖରାକୁ ଖାତିର ନକରି ନିର୍ବାଚନରେ ନିଜର ମତଦାନ କରୁଛନ୍ତି ବୟସ୍କ ଭୋଟରଙ୍କ ଠାରୁ ଆରମ୍ଭ କରି ଯୁବ ମତଦାତାଙ୍କ ପର୍ଯ୍ୟନ୍ତ । ତେବେ ସାଲେପୁରର 230 ଓ 231 ନଂ ଆଦର୍ଶ ବୁଥରେ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଛି । ଏଠାରେ କିପରି ରହିଛି ବ୍ୟବସ୍ଥା ତାହା ପରଖିଛି ‘ଇଟିଭି ଭାରତ’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ସାଲେପୁରର ଏହି ଆଦର୍ଶ ବୁଥରେ 2700ରୁ ଅଧିକ ମତଦାତାମାନେ ମତଦାନ କରୁଛନ୍ତି । କିଭଳି ଭାବରେ ଶାନ୍ତିଶୃଙ୍ଖଳା ସହ ମତଦାନ ପ୍ରକ୍ରିୟା ଜାରି ରହିବ ସେ ନେଇ ଏହି ବୁଥରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ଜଣାପଡିଛି ।

ଏହି ବୁଥରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ଏହି ବୁଥରେ ମତଦାତାଙ୍କୁ ସ୍ବେଚ୍ଛାସେବୀମାନେ ପିଇବା ପାଣି ଦେଉଛନ୍ତି । ମତଦାତାଙ୍କ ସହ ଆସୁଥିବା ଛୋଟଛୁଆଙ୍କୁ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ କିଛି ମହିଳା ସ୍ବେଚ୍ଛାସେବୀ ଯୋଗଦାନ କରିଛନ୍ତି । ତେବେ କେବଳ ଏତିକି ନୁହେଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭଲ୍ୟୁଣ୍ଟିୟର ଭାବରେ ନିୟୋଜିତ କରାଯାଇଛି । ଯେଉଁମାନେ ଭୋଟ ଦେବାକୁ ଆସୁଥିବା ବୟସ୍କ ଲୋକ କିପରି ଶୃଙ୍ଖଳିତ ଭାବରେ ଧାଡିରେ ଛିଡା ହୋଇ ଭୋଟ ଦେବେ ସେଥିପ୍ରତି ଏହି କୁନି ପିଲାମାନେ ଧ୍ୟାନ ଦେଉଛନ୍ତି । ଏହି ଆଦର୍ଶ ବୁଥର ବ୍ୟବସ୍ଥାକୁ ମତଦାତାମାନେ ପ୍ରଶଂସା କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.