ETV Bharat / state

ଜଳାର୍ଣ୍ଣବ ଭଟ୍ଟାରିକା ମନ୍ଦିର - ଜଳବନ୍ଦୀ ଭଟ୍ଟାରିକା ମନ୍ଦିର

ବନ୍ୟା ବିତ୍ପାତରେ ଅର୍ଦ୍ଧାଧିକ ଓଡିଶା ଜଳମଗ୍ନ ଥିବାବେଳେ ଏଥିରୁ ବର୍ତି ପାରିନାହାନ୍ତି ମା’। ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିରରେ ପ୍ରବାହିତ ହେଉଛି ବନ୍ୟାଜଳ । ମନ୍ଦିରରେ 5 ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମା’ଙ୍କ ବିଜେ ପ୍ରତିମା ଓ ସୁନା ଅଳଙ୍କାରକୁ ପାହାଡ ଉପରେ ଥିବା ମା’ଙ୍କ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି ।

ଡିଜାଇନ ଫଟୋ
author img

By

Published : Aug 14, 2019, 12:43 PM IST

କଟକ: ବନ୍ୟା ଜଳରେ ଫୁଲୁଛି ମହାନଦୀ । ଅତି ପ୍ରବଳ ବର୍ଷାରେ କୂଳ ଲଙ୍ଘୁଛି ନଦୀ । ବନ୍ୟା ବିତ୍ପାତରେ ଅର୍ଦ୍ଧାଧିକ ଓଡିଶା ଜଳମଗ୍ନ ଥିବାବେଳେ ଏଥିରୁ ବର୍ତି ପାରିନାହାନ୍ତି ମା’। ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିରରେ ପ୍ରବାହିତ ହେଉଛି ବନ୍ୟାଜଳ । ମନ୍ଦିରରେ 5 ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମା’ଙ୍କ ବିଜେ ପ୍ରତିମା ଓ ସୁନା ଅଳଙ୍କାରକୁ ପାହାଡ ଉପରେ ଥିବା ମା’ଙ୍କ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି(ବୁଧବାର) ସକାଳ 4 ଟା ସମୟରେ ମନ୍ଦିରରେ ପ୍ରବେଶ କରିଥିଲା ବନ୍ୟାଜଳ । ପରେ ମା’ଙ୍କ ବିଜେ ପ୍ରତିମାକୁ ପାହାଡ ଉପରକୁ ନିଆଯାଇ ସେଠାରେ ଠାକୁରାଣୀଙ୍କର ସମସ୍ତ ନୀତିକାନ୍ତି କରାଯାଇଛି । ତେବେ ମା’ଙ୍କ ପଥର ମୂର୍ତ୍ତି ବର୍ତ୍ତମାନ ମନ୍ଦିର ମଧ୍ୟରେ ଥିବାବେଳେ ମା ଗଙ୍ଗା ଭଟ୍ଟାରିକାଙ୍କୁ ସ୍ନାନ କରାଉଥିବା ପୂଜକ କହିଛନ୍ତି ।

ସେପଟେ କଟକ ଜିଲ୍ଲା ମହାନଦୀ ଅବବାହିକାରେ ଥିବା ବାଙ୍କୀ ବ୍ଲକ ରତାଗଡ ପଞ୍ଚାୟତର ହୁଳୁହୁଳା ନାଳ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀ ବ୍ଲକର ୭ ଟି ପଞ୍ଚାୟତ, ତିଗିରିଆ ବ୍ଲକର ୭ ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବାଙ୍କୀ ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତର କଇଁଆ ନାଳ ଉପରେ ତିନିଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଥିବାବେଳେ ଯୋଗାଯୋଗ ଠପ ହୋଇଯାଇଛି ।

ମହାନଦୀରେ ବନ୍ୟା ପାଣି ପ୍ରଭାବିତ ହେଉଥିବାବେଳେ ଡମପଡା ବ୍ଲକର ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ଅବସ୍ଥାରେ ରହିଛି । ଅନ୍ୟପଟେ କଇଆ ନାଳରେ ପାଣି ଆସି ବିଲିପଡା, ତାଳବସ୍ତ ଓ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ୩ ଫୁଟର ବନ୍ୟାଜଳ ପ୍ରଭାବିତ ହେଉଛି । ଫଳରେ ଯୋଗଯୋଗ ବିଛିନ୍ନ ହୋଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ପାଣି ଏବେ ମହାନଦୀରେ ପ୍ରଭାବିତ ହେଉଥିବା ବେଳେ ହୀରାକୁଦ ଡ୍ୟାମ ଗୋଟିଏ ଗେଟ ଖୋଲିଛି । ଆଗକୁ ଆହୁରି ଗେଟ୍‌ ଖୋଲିବାକୁଥିବାବେଳେ ପରିସ୍ଥିତି କଣ ହେବ ତାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ଅପରପଟେ ବାଙ୍କୀ ଉପଖଣ୍ଡରେ ମହାନଦୀର ବିପଦ ସଙ୍କେତ ୧୯ ମିଟର ଥିବାବେଳେ ଏବେ ୭ ମିଟରରୁ ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ମହାନଦୀରେ ଏକ ପ୍ରକାରର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଫଳରେ ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିରରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।ଆଜି ସକାଳ ୪ ଟା ସମୟରେ ମନ୍ଦିର ମଧ୍ୟରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ମାଙ୍କ ବିଜେ ପ୍ରତିମା ଓ ସୁନା ଅଳଙ୍କାର କୁ ପାହାଡ ଉପରେ ଥିବା ମାଙ୍କ ବନ୍ୟା ଆଶ୍ରୟସ୍ଥଳୀ କୁ ନିଆଯାଇ ସେଠାରେ ଠାକୁରାଣୀଙ୍କର ସମସ୍ତ ନୀତିକାନ୍ତି କରାଯାଇଥିଲା।କିନ୍ତୁ ମାଙ୍କ ପାଶଣ ମୂର୍ତ୍ତି ବର୍ତ୍ତମାନ ମନ୍ଦିର ମଧ୍ୟରେ ଥିବାବେଳେ ପୂଜକଙ୍କ କହିବା ମୁତାବକ ମା ଗଙ୍ଗା ଭଟ୍ଟାରିକାଙ୍କୁ ସ୍ନାନ କରାଉଛନ୍ତି।ତେବେ କଟକ ଜିଲ୍ଲା ମହାନଦୀ ଅବବାହିକାରେ ଥିବା ବାଙ୍କୀ ବ୍ଲକ ରତାଗଡ ପଞ୍ଚାୟତ ଠାରେ ଥିବା ହୁଳୁହୁଳା ନାଳ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବାଙ୍କୀ ବ୍ଲକର ୭ ଟି ପଞ୍ଚାୟତ ତିଗିରିଆ ବ୍ଲକର ୭ ଟି ପଞ୍ଚାୟତ କୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ସେହିପରି ବାଙ୍କୀ ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତ ର କଇଁଆ ନାଳ ଉପରେ ତିନିଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ ଯୋଗାଯୋଗ ଠପ ହୋଇପଡିଛି ।ମହାନଦୀରେ ବନ୍ୟା ପାଣି ପ୍ରଭାବିତ ହେଉଥିବା ବେଳେ ଡମପଡା ବ୍ଲକର ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ଅବସ୍ଥାରେ।ଅରପଟେ କଇଆ ନାଳରେ ବନ୍ୟାଜଳ ପ୍ରଭାବିତ ହେବା ଫଳରେ ବିଲିପଡା ,ତାଳବସ୍ତ ,ଖୋର୍ଦ୍ଧା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ୩ ଫୁଟର ବନ୍ୟାଜଳ ଯୋଗଯୋଗ ବିଛିର୍ନ ହୋଇଛି ।ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କୈଣସି ପଦକ୍ଷେପ ନେଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲଘୁଚାପ ଜନିତ ଲଗାଣବର୍ଷ ର ପାଣି ଏବେ ମହାନଦୀରେ ଏବେ ପ୍ରଭାବିତ ହେଉଥିବା ବେଳେ ହୀରାକୁଦ ଡ୍ୟାମ ଗେଟ ଖୋଲିଲେ ପରିସ୍ଥିତି ଭୟାନକ ହେବ।ଯାହାକୁ ନେଇ ମହାନଦୀ ଅବବାହିକାରେ ଥିବା ଅଞ୍ଚଳ ବାସୀ ଏବେ ଆତଙ୍କିତ ଅବସ୍ଥାରେ।ଅପରପଟେ ବାଙ୍କୀ ଉପଖଣ୍ଡରେ ମହାନଦୀର ବିପଦ ସଙ୍କେତ ୧୯ ମିଟର ଥିବାବେଳେ ଏବେ ୭ ମିଟରରୁ ଉର୍ଧ ବନ୍ୟା ଜଳ ପ୍ରଭାବିତ ହେଉଛି।
Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.