ETV Bharat / state

ଫନି ଗଲା ପରେ ପାଣି ପାଇଁ ହା ହା କାର

ଫନି ଯିବାକୁ ସପ୍ତାହେ ପୁରିଲାଣି କିନ୍ତୁ କଟକରେ ସ୍ଥିତି ସୁଧୁରିପାରିନି । ବିଶେଷକରି ବିଡାନାସୀ ଅଞ୍ଚଳରେ ଥିବା ପେଟାନାଳ ବସ୍ତିରେ ପାଣି ସମସ୍ୟା ମଧ୍ୟ ଉଗ୍ର ରୂପ ଧାରଣ କରିଛି ।

author img

By

Published : May 10, 2019, 9:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

କଟକ: ଫନି ଯିବାକୁ ସପ୍ତାହେ ପୁରିଲାଣି କିନ୍ତୁ କଟକରେ ସ୍ଥିତି ସୁଧୁରିନି । ବିଶେଷକରି ବିଡାନାସୀ ଅଞ୍ଚଳରେ ଥିବା ପେଟାନାଳ ବସ୍ତିରେ ପାଣି ସମସ୍ୟା ସମାଧାନ କରିବାରେ ମଧ୍ୟ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ । ବାତ୍ୟାର ୭ ଦିନ ପରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ମାତ୍ର ଗୋଟିଏ ଟ୍ୟାଙ୍କର ପଠାଇ ନିଜର ଦାୟିତ୍ବ ସାରିଦେଇଛି ପ୍ରଶାସନ । ଯାହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ପାଣି ମୁନ୍ଦେ ପାଇଁ ଲମ୍ବା ଲାଇନରେ ଛିଡା ହେବାର ଦୃଶ୍ୟ ‘ଇଟିଭି ଭାରତ’ କ୍ୟାମେରାରେ କଏଦ ହୋଇଛି । ପ୍ରବଳ ଖରାରେ ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ପାଣି ନେଉଛନ୍ତି ଲୋକେ । ଖରା କାଟିବାରୁ ନିଜ ନିଜ ପାତ୍ରକୁ ଲାଇନରେ ରଖି ପାଣି ପାଇଁ ଅପେକ୍ଷା କରିଥିବା ମଧ୍ୟ ଦେଖାଯାଇଛି । ଏହି ସବୁ ଦୃଶ୍ୟରୁ ପେଟାନାଳ ବସ୍ତି ବାସିନ୍ଦାଙ୍କ ଦୁର୍ଦ୍ଦଶା ଅନୁମେୟ ।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ ସ୍ଥାନରେ ୫ରୁ ୭ଟି ପାଣି ଟ୍ୟାଙ୍କର ଆବଶ୍ୟକ ହୁଏ, ସେଠାରେ ପ୍ରଶାସନ ପକ୍ଷରୁ ମାତ୍ର ଗୋଟିଏ ଟ୍ୟାଙ୍କର ଯୋଗାଇ ଦିଆଇଛି । ପ୍ରବଳ ଗରମ ସାଙ୍ଗକୁ ବିଦ୍ୟୁତ ସମସ୍ୟା କଲବଲ କରୁଥିବା ବେଳେ ଘର ପିଛା ମାତ୍ର ଗୋଟିଏ ବାଲଟି ପାଣି ଯୋଗାଇ ଦିଆଯାଉଛି । କେବଳ ସେତିକି ନୁହେଁ ରିଲିଫ ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ ହୋଇଥିବାବେଳେ କୌଣସି ସରକାରୀ ସହାୟତା ଏମାନଙ୍କ ପାଖରେ ପହଞ୍ଚି ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.