ETV Bharat / state

Hockey World Cup Opening Ceremony, ଷ୍ଟାଡିୟମକୁ ପାଣି ବୋତଲ ମନା - ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ

କେଇ ଘଣ୍ଟା ପରେ ଦୁଲୁକିବ ବାରବାଟୀ ଷ୍ଟାଡିୟମ୍ । ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେବା ଆବଶ୍ୟକ ନାହିଁ କହିଲେ ପୋଲିସ କମିଶନର । ଅଧିକ ପଢନ୍ତୁ

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ
ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ
author img

By

Published : Jan 11, 2023, 12:50 PM IST

Updated : Jan 11, 2023, 2:17 PM IST

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ

କଟକ: ସାରା ରାଜ୍ୟରେ ବଢୁଛି ହକି ଫିଭର୍ । ଆଉ କିଛି ଘଣ୍ଟା ପରେ ଦୁଲୁକିବ ବାରବାଟୀ । କଟକ ବାରବାଟୀ ଷ୍ଟାଡିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କମିଶନରେଟ ପୋଲିସ ନଜରରେ ରହିଛି ଷ୍ଟାଡିୟମ । ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ । ଯେହେତୁ ୪୨,୦୦୦ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିବେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ପ୍ରଶାସନ ପକ୍ଷରୁ ଖାଇବା ପିଇବା ପାଇଁ ସବୁ ବନ୍ଦୋବସ୍ତ କରାଯାଇଛି । ତେଣୁ ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ପୋଲିସ କମିଶନର ।

ଗୋଟିଏ ପଟେ ସୁରକ୍ଷା ଅନ୍ୟପଟେ ସଠିକ୍ ବନ୍ଦୋବସ୍ତ ପ୍ରତି କମିଶନରେଟ ପୋଲିସ ନଜର ରଖିଛି । ଭିଡ଼କୁ ଅଟକାଇବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଷ୍ଟାଡିୟମରେ ୬ ଘଣ୍ଟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଥିବା ବେଳେ ଲୋକମାନେ ଧୀରେ ଧୀରେ ଷ୍ଟାଡିୟମ ମୁହାଁ ହେଲେଣି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ପୋଲିସ କମିଶନର । ଅନ୍ୟପଟେ ଗତକାଲି ଠାରୁ(ମଙ୍ଗଳବାର) ଷ୍ଟାଡିୟମରେ ସବୁ ତାରକାମାନେ ରିହରସେଲ୍ ଆରମ୍ଭ କରିଛନ୍ତି । ଦେଖିବାକୁ ଗଲେ ଭୁବନେଶ୍ୱର ପଟୁ ବେଶୀ ଦର୍ଶକ ଆଜି କଟକ ଆସିବେ । ତେଣୁ ଟ୍ରାଫିକ ବ୍ୟବସ୍ଥା ପ୍ରତି ବିଶେଷ ନଜର ରଖାଯାଇଛି । ପ୍ରଶାସନ ପକ୍ଷରୁ ଖାଇବା ପିଇବା ପାଇଁ ସବୁ ବନ୍ଦୋବସ୍ତ କରାଯାଇଛି । ତେଣୁ ଷ୍ଟାଡିୟମ ଭିତରକୁ ପାଣି ବୋତଲ ନିଷେଧ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି ।

ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ପ୍ରଥମ ଥର ପାଇଁ ଦୁଇଟି ସହରରେ ହକି ବିଶ୍ବକପ ମ୍ୟାଚ ହେବାକୁ ଯାଉଛି । ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ବକପକୁ ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଅଭିନେତା ରଣବୀର, ଅଭିନେତ୍ରୀ ଦିଶା ପଟାନୀ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ । ଅପରାହ୍ନ ୩ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଇଟିଭି ଭାରତ, କଟକ

Last Updated : Jan 11, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.