ETV Bharat / state

ଗାଁ ଶ୍ମଶାନରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ - ଗାଁ ଶ୍ମଶାନରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ

କଟକ ଜିଲ୍ଲା ନିଆଳି ଥାନା ଅଁଳୋ ପଞ୍ଚାୟତ ରାସ୍ତା କଡ଼ରେ ଥିବା ଗାଁ ଶ୍ମଶାନରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

Villagers protest against construction of health center
ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ
author img

By ETV Bharat Odisha Team

Published : Sep 24, 2023, 10:06 AM IST

ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ନିଆଳି: ଗାଁ ଶ୍ମଶାନ ନିକଟରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ । କଟକ ଜିଲ୍ଲା ନିଆଳି ଥାନା ଅଁଳୋ ପଞ୍ଚାୟତ ରାସ୍ତା କଡ଼ରେ ଗାଁ ଶ୍ମଶାନ ରହିଥିବା ବେଳେ ସେହି ସ୍ଥାନରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ହେଉଥିବାରୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଯାହା ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।

ସୂଚନା ଅନୁସାରେ, ନିଆଳି ବ୍ଳକର ଅଁଳୋ ପଞ୍ଚାୟତର ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକେ ପିଢ଼ି ପରେ ପିଢ଼ି ରାସ୍ତା କଡ଼ରେ ଥିବା ଏକ ସରକାରୀ ଯାଗାରେ ମୃତଦେହ ଦାହ କରି ଆସୁଛନ୍ତି । କିନ୍ତୁ ସେଠାରୁ ସରକାରଙ୍କ ପକ୍ଷରୁ ଏକ ମିନି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣକୁ ନେଇ ଅଁଳୋ ଗ୍ରାମବାସୀ ବିରୋଧ କରିଛନ୍ତି । ଗତକାଲି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ସମୟରେ ସ୍ଥାନୀୟ ଲୋକମାନେ ନିର୍ମାଣ କାର୍ଯ୍ୟକୁ ବାରଣ କରିବା ସହିତ ଶ୍ମଶାନ ନିକଟରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇପାରିବ ନାହିଁ ବୋଲ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଶ୍ମଶାନ ଜାଗା ଉପରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ, ଥାନା ଘେରିଲେ ଗ୍ରାମବାସୀ

ଅଁଳୋ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶ୍ମଶାନ ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହେଲେ ଆମ ଅଞ୍ଚଳର ଶତାଧିକ ଲୋକମାନେ ମୃତଦେହ ଦାହ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ । ଯଦି ସେଠାରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହୁଏ ତାହେଲେ ମୃତଦେହ କେଉଁଠି ଦାହ କରିବେ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅଁଳୋ ଗ୍ରାମବାସୀ ଦାବି କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ମିନି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ- ନୂଆ ରୂପ ପାଇବ ସତୀଚଉରା ଶ୍ମଶାନ, ଭିତ୍ତିଭୂମିର ବିକାଶ ଲାଗି ଅଣ୍ଟା ଭିଡ଼ିଲା CMC

ସେପଟେ ରାଜ୍ୟ ସରକାର ମିନି ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ ପଞ୍ଚାୟତ ମାନଙ୍କରେ ନିର୍ମାଣ କରିବା ସହ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ରଖିଛନ୍ତି । ଏନେଇ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ବିଭିନ୍ନ ପଞ୍ଚାୟତ ଅଧିନରେ ସରକାରୀ ଯାଗାରେ ଗୋଟିଏ ଲେଖାଏଁ ମିନି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରୁଛନ୍ତି । କିନ୍ତୁ ଅଁଳୋ ପଞ୍ଚାୟତ ଗାଁ ଶ୍ମଶାନ ନିକଟରେ ମିନି ହେଲ୍‌ଥ ସେଣ୍ଟର ନିର୍ମାଣକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ଏ ନେଇ ସରକାରୀ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.