ETV Bharat / state

ବଢୁଛି ଆକାଶଙ୍କ ଅଡୁଆ, ଆକାଉଣ୍ଟରୁ ପୁଣି ୧ କୋଟି ୪୭ ଲକ୍ଷ ଟଙ୍କା ଠାବ - ଭିଜିଲାନ୍ସ ଏସଆଇଟି

ଆକାଶ ପାଠକଙ୍କ ଆକାଉଣ୍ଟରେ ଆଜି (ଶୁକ୍ରବାର) ପୁଣି ୧ କୋଟି ୪୭ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ।

ଆକାଶ ପାଠକ
ଆକାଶ ପାଠକ
author img

By

Published : Dec 4, 2020, 10:45 PM IST

କଟକ: କୋଟିପତି ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ପାଇଁ ବଢୁଛି ସମସ୍ୟା। ତାଙ୍କ ନାଁରେ ଠକେଇ ମାମଲାରେ ତଦନ୍ତ ଜୋରଦାର ହୋଇଥିବାବେଳେ ତାଙ୍କ ଆକାଉଣ୍ଟରେ ଆଜି(ଶୁକ୍ରବାର) ୧ କୋଟି ୪୭ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ।

Akash pathak
ଆକାଶଙ୍କ ଆକାଉଣ୍ଟରେ ୧ କୋଟି ୪୭ ଲକ୍ଷ ଟଙ୍କା ଠାବ

ଭୁବନେଶ୍ବର ଓ ପୁଣେରେ ଥିବା ୩ ଟି ଆକାଉଣ୍ଟରୁ ଏହି ଟଙ୍କା ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟଙ୍କାକୁ ମିଶାଇ ଆକାଶଙ୍କ ଆକାଉଣ୍ଟରୁ ଏଯାବତ୍ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆକାଶଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, କିଏ ପଠାଇଥିବା ନେଇ ଚାଲିଛି ତନାଘନା । ଏନେଇ ଅଧିକ ଯାଞ୍ଚ ପାଇଁ ଉଭୟ ବାପ ଓ ପୁଅଙ୍କ ହସ୍ତାକ୍ଷର ନେଇଛି ଭିଜିଲାନ୍ସ। ଏହାସହ 3 ଦିନିଆ ରିମାଣ୍ଡରେ ପାଠକ ବାପ, ପୁଅଙ୍କୁ ଘନଘନ ଜେରା କରୁଛି ଭିଜିଲାନ୍ସ ଏସଆଇଟି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.