କଟକ: ରାସ୍ତାରେ ଗଡିବନି 15 ବର୍ଷରୁ ଉର୍ଦ୍ଧ୍ବ ଗାଡି । ଏନେଇ କେନ୍ଦ୍ର ସରକାରଙ୍କ ସ୍କ୍ରାପ ପଲିସି ଓଡିଶାରେ ଲାଗୁ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ରାଜ୍ୟରେ 15 ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡି ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା ନେଇ ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି ।
ଏହି ଯୋଜନା ଠିକ କିନ୍ତୁ, ଏହି କୋଭିଡ ସମୟରେ କରିବା ଅନୁଚିତ ବୋଲି ସ୍ପଷ୍ଟ କରିଛି ଟ୍ରକ ମାଲିକ ସଂଘ। କାରଣ ଆର୍ଥିକ ଦୃଷ୍ଟିକୋଣରୁ ସବୁ ମାଲିକ ମାନେ ଏବେ ବ୍ୟବସାୟକୁ ନେଇ ଚିନ୍ତାରେ । ଏହାପରେ ସରକାରଙ୍କ ସ୍କ୍ରାପ ପଲିସି ଯାହା ଚିନ୍ତାକୁ ଆହୁରି ଦ୍ବିଗୁଣିତ କରିଛି । ତେବେ ଏହି ପଲିସି ସମ୍ପର୍କରେ ମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବ ବୋଲି ସ୍ପଷ୍ଟ କରିଛି ଟ୍ରକ ମାଲିକ ସଂଘ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ