କଟକ: ବାଇଗଣ କିଲୋ 50 କୁ ବିଲାତି 40 ଟଙ୍କା । ବାତ୍ୟା ପରେ ପରିବା ଦରରେ ଲାଗିଲା ନିଆଁ । ବାତ୍ୟା ଆଳରେ ଫାଇଦା ଉଠାଉଛନ୍ତି ପରିବା ବ୍ୟବସାୟୀ । ସେପଟେ ଦୁଇ ଦିନ ସଟଡାଉନ ଥିବାରୁ ବାଧ୍ୟ ହୋଇ ସାଧାରଣ ଖାଉଟି ଚଢା ଦରରେ କିଣୁଛନ୍ତି ପରିବା । ସିଲଭର ସିଟି କଟକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଲକଡାଉନ ସଟଡାଉନ ଯୋଗୁଁ ଲୋକମାନଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବାବେଳେ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଖାଉଟି । କଟକରେ ବାତ୍ୟାର କୌଣସି ପ୍ରଭାବ ପଡିନଥିବା ବେଳେ କେଉଁ କାରଣରୁ ଏପରି ଦର ବୃଦ୍ଧି ହେଲା ତାହାକୁ ନେଇ ଖାଉଟିମାନେ ପ୍ରଶ୍ନ କରିଛନ୍ତି । ଏଭଳି ସ୍ଥିତିରେ ଯୋଗାଣ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ