ETV Bharat / state

ସିଏମସି ପ୍ରକଳ୍ପ ବିରୋଧରେ ନିଆରା ପ୍ରତିବାଦ, ବାସ୍ତୁ ଦୋଷ କାଟିବାକୁ ହୋମଯଜ୍ଞ କଲା ସଂଗଠନ - ବାସ୍ତୁ ଦୋଷ କାଟିବାକୁ ହୋମଯଜ୍ଞ

ନିର୍ମାଣଧୀନ ଶୌଚାଳୟକୁ ଜନ ସାଧାରଣଙ୍କ ପାଇଁ ଖୋଲିବାକୁ ପ୍ରତିବାଦ କରାଯାଇଛି । ହୋମଯଜ୍ଞ କରି ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ସୁବାସ ସଂଗଠନର କର୍ମକର୍ତ୍ତା । ଅଧିକ ପଢ଼ନ୍ତୁ

unique protest against cmc
ହୋମଯଜ୍ଞ ସହ ପ୍ରତିବାଦ
author img

By ETV Bharat Odisha Team

Published : Sep 10, 2023, 4:29 PM IST

ହୋମଯଜ୍ଞ ସହ ପ୍ରତିବାଦ

କଟକ: ନିର୍ମାଣଧୀନ ଶୌଚାଳୟକୁ ଜନ ସାଧାରଣଙ୍କ ପାଇଁ ଖୋଲିବାକୁ ଅଭିନବ ପ୍ରତିବାଦ କରାଯାଇଛି । କଟକ ମାତା ମଠ ନିକଟରେ ସୁବାସ ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ ପ୍ରତିବାଦ କରାଯାଇଛି । ପ୍ରତିବାଦ ସ୍ବରୂପ ବାସ୍ତୁପୂଜା ପୂଜା କରିଛି ସୁୁବାସ ସଂଗଠନ । ନିର୍ମାଣ ହେବାର ଅନେକ ମାସ ବିତିଯାଇଛି କିନ୍ତୁ ଏହାକୁ ଖୋଲା ଯାଇନାହିଁ, ଏଥିପାଇଁ ଏହି ପ୍ରତିବାଦ କରାଯାଇଥିବା କହିଛନ୍ତି ସଂଗଠନର କର୍ମକର୍ତ୍ତା ।

ଏହି ପ୍ରତିବାଦରେ ହୋମକୁଣ୍ଡ ସଜା ହୋଇଥିବାବେଳେ ଅଗ୍ନି ମଧ୍ୟ ସଂଯୋଗ ହୋଇଛି । ପାଖରେ ପୂଜକ ବସି ମନ୍ତ୍ର ପଢ଼ିବା ସହ ହୋମ କୁଣ୍ଡରେ ଘିଅ ମଧ୍ୟ ଢ଼ାଳିଛନ୍ତି । ପୂଜକଙ୍କ ସମ୍ମୁଖରେ କର୍ତ୍ତା ବସିଥିବାବେଳେ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ମାଧ୍ୟମରେ ବାସ୍ତୁ ପୂଜା କରାଯାଇଛି। ସୂଚନା ଅନୁସାରେ, କଟକ ମହାନଗର ନିଗମ ପକ୍ଷରୁ ହକି ବିଶ୍ୱକପ୍ ସମୟରେ କଟକ ସହରର ବିଭିନ୍ନ ସ୍ଥାନମାନଙ୍କରେ ସର୍ବ ସାଧାରଣଙ୍କ ପାଇଁ ନିର୍ମାଣ କରାଯାଇଥିଲା ଅନେକ ଗୁଡ଼ିଏ ଶୌଚାଳୟ । ହେଲେ ଏପର୍ଯ୍ୟନ୍ତ ସେଗୁଡ଼ିକ ଖୋଲା ଯାଇପାରିନଥିବାରୁ ଦେଖାଦେଇଛି ଅସନ୍ତୋଷ ।

ଏହା ବି ପଢନ୍ତୁ...OSSSC ଅଫିସ ସାମ୍ନାରେ ଫାର୍ମାସିଷ୍ଟଙ୍କ ଧାରଣା, ପନିପରିବା ରଖି କଲେ ପ୍ରତିବାଦ

ତେବେ ଶୌଚାଳୟ ଖୋଲା ଯାଇନଥିବାରୁ ଏହାର ପ୍ରତିବାଦ ସ୍ୱରୂପ ସୁବାସ ସଂଗଠନ ପକ୍ଷରୁ ପୂର୍ବରୁ ଶୌଚାଳୟ ସମ୍ମୁଖରେ ଗାଧୋଇ ନିଆରା ପ୍ରତିବାଦ କରାଯାଇଥିଲା । ହେଲେ ଏହାର ଅନେକ ମାସ ବିତିଯାଇଥିଲେ ମଧ୍ୟ ମହାନଗର ନିଗମ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଯାହା ଫଳରେ ଆଜି କଟକ ମାତା ମଠ ନିକଟରେ ଥିବା ବନ୍ଦ ଶୌଚାଳୟ ସମ୍ମୁଖରେ ସୁବାସ ସଂଗଠନ ପକ୍ଷରୁ ପୁଣି ଥରେ ନିଆରା ଢଙ୍ଗରେ ପ୍ରତିବାଦ କରାଯାଇଛି । ବାସ୍ତୁ ପୂଜା କରି ପ୍ରତିବାଦ କରିଛି ସୁବାସ ସଂଗଠନ । ଏହାସହ ସଂଗଠନର ସଦସ୍ଯମାନେ କଟକ ମେୟର ସୁବାଷ ସିଂଙ୍କ ବିରୋଧରେ ମଧ୍ୟ ବର୍ଷିଛନ୍ତି ।

ଏହା ବି ପଢନ୍ତୁ...ଭୀମସାର ସ୍ଥିତି ସୁଧାରିବା ପାଇଁ ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା

"ବର୍ତ୍ତମାନ ସମୟରେ ଶୌଚାଳୟ ଗୁଡ଼ିକ ବନ୍ଦ ରହିଥିବାବେଳେ ମଧ୍ୟ କିଭଳି ଭାବରେ କଟକ ମହାନଗର ନିଗମ ସ୍ମାର୍ଟ ଟଏଲେଟ୍ ନିର୍ମାଣ କରିବା ପାଇଁ ଯୋଜନା କରୁଛି?" ବୋଲି ପ୍ରଶ୍ନ କରିଛନ୍ତି ସଂଗଠନର ସଦସ୍ୟ । "ପ୍ରଥମେ କୋଟି କୋଟି ଟଙ୍କାର ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଶୌଚାଳୟ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉ । ତାପରେ ଅନ୍ୟ କଥା ନିଗମ ଚିନ୍ତା କରନ୍ତୁ" କହି ବର୍ଷିଛନ୍ତି ସଂଗଠନର ସଦସ୍ୟ । ଅକାମୀ ହୋଇ ପଡିରହିଥିବା ଶୌଚାଳୟକୁ କାର୍ଯ୍ୟକ୍ଷମ କରିବାକୁ ଦାବି ଜୋର ଧରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.