ETV Bharat / state

ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ସୋନୱାଲ

author img

By ETV Bharat Odisha Team

Published : Dec 29, 2023, 2:11 PM IST

Viksit Bharat Sankalp Yatra: କଟକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ଆୟୁଷ ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଯୋଗ ଦେଇଛନ୍ତି ।

ବିକଶିତ ଭାରତ ସଂକଳ୍ପ ଯାତ୍ରା
ବିକଶିତ ଭାରତ ସଂକଳ୍ପ ଯାତ୍ରା

ବିକଶିତ ଭାରତ ସଂକଳ୍ପ ଯାତ୍ରା

କଟକ: ଭାରତକୁ ଆତ୍ମନିର୍ଭରଶୀଳ କରି ଏକ ସମୃଦ୍ଧ ଭାରତ ଗଠନ ପାଇଁ ମୋଦି ସରକାରଙ୍କ ଚେଷ୍ଟା । ସାଧାରଣ ଜନତାଙ୍କୁ ବିଭିନ୍ନ ଯୋଜନା ନିଶ୍ଚିତ ଉଦ୍ଦେଶ୍ୟ ରଖି ବିକଶିତ କରିବା ହେଉଛି ଭାରତ ସଂକଳ୍ପ ଯାତ୍ରାର ମୂଳ ଲକ୍ଷ୍ୟ । ସେନେଇ କଟକରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ଆୟୁଷ ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଯୋଗ ଦେଇଛନ୍ତି ।

ଏକ ସମୃଦ୍ଧ ଭାରତ ଗଠନ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ଭାରତ ସଂକଳ୍ପ ଯାତ୍ରା । ଏନେଇ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ କଟକ ମାଛୁଆ ବଜାର ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ସବୁଠି ମୋଦିଙ୍କ ବିକାଶର ବାର୍ତ୍ତା ପହ‌ଞ୍ଚାଇବା 'ବିକଶିତ ଭାରତ ସଂକଳ୍ପ ଯାତ୍ରା'ର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆୟୁଷ ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ତାଙ୍କ ମତରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା ଏକ ସଫଳ କାର୍ଯ୍ୟକ୍ରମ । ଏହି ଯାତ୍ରା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରତି ଜନତାଙ୍କର ଅସ୍ଥା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମୋଦିଙ୍କର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ... ବିକଶିତ ଭାରତ ସଂକଳ୍ପ ଯାତ୍ରା ଯୋଗଦେଲେ ଧର୍ମେନ୍ଦ୍ର, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ କଲେ ସଚେତନ

ପ୍ରଧାନମନ୍ତ୍ରୀଙ୍କ ନିଶ୍ଚିତ ଜନକଲ୍ୟାଣ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇଛନ୍ତି କେନ୍ଦ୍ର ଆୟୁଷ ଓ ଜାହାଜ ଚଳାଚଳ ମନ୍ତ୍ରୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ବହୁ ଜନକଲ୍ୟାଣ ଯୋଜନା ଫଳରେ ଆଜି ଦେଶ ସମୃଦ୍ଧି ପଥରେ ଆଗେଇଛି । ଜନ କଲ୍ୟାଣ ଯୋଜନା ଗୁଡିକ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ମୂଳ ଲକ୍ଷ୍ୟ । ଏହା ଆଜି ସଫଳ ହୋଇଛି । ଦୀର୍ଘ 9 ବର୍ଷରୁ ଊର୍ଦ୍ଧ୍ବ କାଳ ଧରି କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଶତ ପ୍ରତିଶତ ଲୋକଙ୍କ ନିକଟରେ ପହଞ୍ଚିଛି । ତେଣୁ ହିତାଧିକାରୀମାନେ ଏବେ ନିଶ୍ଚିତ ହେଲେଣି । ତେବେ କଟକରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ମନ୍ତ୍ରୀ ଆର୍ଥିକ ସାହାଯ୍ୟ ପାଇଁ ଚେକ ବଣ୍ଟନ କରିଥିଲେ । କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ପାଇଥିବା ହିତାଧିକାରୀ ନିଜ କାହାଣୀ କହିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ବିଜେପିର ଅନେକ ବରିଷ୍ଠ ନେତା କର୍ପୋରେଟର ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.