ETV Bharat / state

କଟକରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଲେ ସମୀକ୍ଷା ବୈଠକ

author img

By

Published : Sep 10, 2022, 10:34 AM IST

କଟକରେ ପହଞ୍ଚିଲେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ । ଦଳୀୟ କର୍ମୀଙ୍କ ଭବ୍ୟ ସ୍ବାଗତ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଲେ ସମୀକ୍ଷା ବୈଠକ । ଅଧିକ ପଢ଼ନ୍ତୁ

କଟକରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବୈଠକ

କଟକ: କଟକରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ । ଦଳୀୟ କର୍ମୀ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ କେନ୍ଦ୍ରମନ୍ତ୍ରୀ । ଜିଲ୍ଲା ପ୍ରଶାସନ ସର୍ବଦା ନିଜର କର୍ତ୍ତବ୍ୟକୁ ସୁଚାର ରୂପେ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ଶୁକ୍ରବାର କଟକରେ ପହଞ୍ଚିଥିଲେ । ଏହି ଅବସରରେ ଦଳୀୟ କର୍ମୀ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ସମୀକ୍ଷା ବୈଠକ କରିଥିଲେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ । ବୈଠକରେ ପ୍ରତ୍ୟେକ ବିଭାଗର ଯୋଜନା, ବର୍ତ୍ତମାନର ଷ୍ଟାଟସ ଓ ବିଗତ ଦିନ ମାନଙ୍କରେ କେତେ ଯୋଜନା ସୁଫଳ ହୋଇଛି ତାହା ଉପରେ ଆଲୋଚନା କରାଯାଇଥିଲା ।

ବିଶେଷକରି ମିଶନ ଶକ୍ତି, ସ୍ଵଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେତେ ଦୂର ଲୋକଙ୍କ ନିକଟରେ ପହଞ୍ଚିଛି ସେ ଦିଗରେ ବୈଠକରେ ଅଲୋଚନା ହୋଇଥିଲା । ସାଧାରଣ ଜନତା ଯେପରି ସରକାରଙ୍କର ପ୍ରତ୍ୟେକ ଯୋଜନାର ସୁଫଳ ପାଇ ପାରିବେ ସେନେଇ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଭାବରେ ଆଲୋକପାତ କେରିଥିଲେ କେନ୍ଦ୍ରମନ୍ତ୍ରୀ । ପରିଶେଷରେ କର୍ତ୍ତବ୍ୟପଥକୁ ଫୋକସ କରିବା ସହ ଜିଲ୍ଲା ପ୍ରଶାସନ ସର୍ବଦା ନିଜର କର୍ତ୍ତବ୍ୟକୁ ସୁଚାର ରୂପେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.