ETV Bharat / state

ମାହାଙ୍ଗା ଡବଲ ମର୍ଡର, ଧର୍ମେନ୍ଦ୍ର କହିଲେ ହତ୍ୟା ପଛରେ ଶାସକ ଦଳର ବିଧାୟକ - କଟକ ଖବର

ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ପୁଣି ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହତ୍ୟା ପଛରେ ଶାସକ ଦଳର ବିଧାୟକ ଥିବା କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

Mahanga double murder case
ମାହାଙ୍ଗା ଡବଲ ମର୍ଡର
author img

By

Published : Jan 9, 2023, 9:32 AM IST

ମାହାଙ୍ଗା ଡବଲ ମର୍ଡର

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଏବେ ପୁଣି ଉଠିଛି ଝଡ଼ । ହତ୍ୟା ପଛରେ ଶାସକ ଦଳର ବିଧାୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ କହିଛନ୍ତି ''କୁଳମଣି ବରାଳଙ୍କ ହତ୍ୟା ଯୋଜନାବଦ୍ଧ ଭାବେ ଶାସକ ଦଳର ସ୍ଥାନୀୟ ବିଧାୟକ ପ୍ରତ୍ୟେକ୍ଷ କରାଇଲେ । ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ତାଙ୍କର ବି ସନ୍ଦେହଜନକ ଭାବେ ହତ୍ୟା ହେଲା । ରାଜ୍ୟ ସରକାରଙ୍କ ପୋଲିସ ବିଭାଗ ବିଧାୟକଙ୍କ ନାଁକୁ ଚାର୍ଜସିଟରେ ନଆସୁ ଦୁଃସାହସ କଲେ । କୋର୍ଟ ଅର୍ଡର ଦେଲେ ତାଙ୍କ ନାଁକୁ ଚାର୍ଜସିଟରେ ଯୋଡ଼ିବା ପାଇଁ । ଏପର୍ଯ୍ୟନ୍ତ ବି ତାଙ୍କ ନାଁକୁ ଚାର୍ଜ ସିଟରେ ଯୋଡିବା ପାଇଁ ମାମଲା ଚାଲିଛି । ମୋର ନ୍ୟାୟ ପାଳିକା ଉପରେ ପୁରା ବିଶ୍ୱାସ ରହିଛି । କୁଳମଣି ବରାଳଙ୍କର ବଳିଦାନ ବ୍ୟର୍ଥ ଯିବନି ''।

ସୂଚନାନୁସାରେ ୨୦୨୧ ଜାନୁଆରୀ ୨ ତାରିଖରେ ରାତିରେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ସେବେଠୁ ଏହାକୁ ନେଇ ରାଜନୀତି ଜୋର ଧରିଛି । ଘଟଣାକୁ ନେଇ ତତ୍କାଳୀନ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି ।

ଏହାମଧ୍ୟ ପଢ଼ନ୍ତୁ. ମାହାଙ୍ଗା ଡବଲ ମର୍ଡର ଘଟଣା, ମନ୍ତ୍ରୀଙ୍କୁ ସୁରକ୍ଷା ମିଳିବା ଅଭିଯୋଗରେ ରାଜରାସ୍ତାରେ ବିଜେପି ଯୁବମୋର୍ଚ୍ଚା

ବିଜେପି ଯୁବ ମୋର୍ଚ୍ଚା ଏହାକୁ ନେଇ ରାଜ୍ୟର ସମସ୍ତ ଥାନା ଘେରାଉ କରିଥିଲା । କୁଳମଣି ବରାଳ ମାହାଙ୍ଗାରେ ଚାଲିଥିବା ଆବାସ ଯୋଜନା ଦୁର୍ନୀତିର ପର୍ଦ୍ଦାଫାସ କରୁଥିବାରୁ ଶାସକ ଦଳ ପ୍ରତିହିଂସା ପରାୟଣ ହୋଇ ଏପରି କରିଥିବା ବିଜେପି ସେତେବେଳେ ବି ଅଭିଯୋଗ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.