ETV Bharat / state

ଫିଲ୍ମ ଫ୍ରାଇଡେରେ ଦୁଇ ଓଡ଼ିଆ ଫିଲ୍ମ ରିଲିଜ, 'ଶାୟରୀ ଶାୟରୀ'କୁ ଟକ୍କର ଦେବ 'ଧୋ'ରେ ବାବୁ ଧୋ' - ପରଦାକୁ ଆସିଲା ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର

ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଲା ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର "ଶାୟରୀ ଶାୟରୀ" କୁ ଟକ୍କର ଦେବ "ଧୋ ରେ ବାବୁ ଧୋ" । ଅଧିକ ପଢ଼ନ୍ତୁ

new odia movie released
ପରଦାକୁ ଆସିଲା ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର
author img

By

Published : Apr 14, 2023, 10:01 PM IST

ପରଦାକୁ ଆସିଲା ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର

କଟକ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଯାଇଛି ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର । କଟକ ବୃନ୍ଦାବନ ସିନେମା ହଲ୍‌ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶାୟରୀ ଶାୟରୀ" ରିଲିଜ ହୋଇଥିବାବେଳେ ଏହାକୁ ଟକ୍କର ଦେବାକୁ ରିଲିଜ ହୋଇଛି "ଧୋ ରେ ବାବୁ ଧୋ" । ଏହି ଦୁଇଟି ଚଳଚ୍ଚିତ୍ର ଓଡ଼ିଆ ସିନେ ପ୍ରେମୀଙ୍କୁ ବିଶେ ପସନ୍ଦ ଆସିବ ବୋଲି ଆଶା ରଖିଛି ଉଭୟ ଟିମ୍‌ ।

ମା' ଖମ୍ବେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଭିନ୍ନ କାହାଣୀକୁ ନେଇ ରିଲିଜ ହୋଇଥିବା "ଶାୟରୀ ଶାୟରୀ" ପାଇଁ ହଲ୍‌ ପରିସରରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ନବାଗତ ହିରୋ ଦୁର୍ଗା ନାୟକ ଭାବେ ଅଭିନୟ କରିଥିବାବେଳେ ପ୍ରିୟଙ୍କା ନାୟିକା ଚରିତ୍ରରେ ନଜର ଆସିଛନ୍ତି । ଉଭୟେ ନିଜ ନିଜର ଅଭିନୟକୁ ନେଇ ବେଶ ଆଶାବାଦୀ ଅଛନ୍ତି । ଯୁବବର୍ଗଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରଟି ଗାଉଁଲି ଝିଅର ନିଚ୍ଛକ ଚରିତ୍ରକୁ ନେଇ ପରଦାକୁ ଆସିଛି । ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ବେଳେ ଏଥିରେ ରୋମାନ୍ସ , ଆକ୍ସନ୍, କମେଡ଼ି ଆଦି ଭରପୁର ରହିଥିବା କହିଛନ୍ତି ନିର୍ଦ୍ଦେଶକ । ସେ ଆହୁରି ମଧ୍ୟ କହିଛନ୍ତି, "ଚଳଚ୍ଚିତ୍ରଟି ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଥିବାବେଳେ ୩୦ଟି ସିନେମା ହଲରେ ରିଲିଜ ହୋଇଛି । ଚଳଚ୍ଚିତ୍ରଟି କପି ହୋଇନାହିଁ । ତେବେ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଖୁବ ଭଲ ଲାଗିବ ବୋଲି ଆଶା ରଖିଛି ପୁରା ଟିମ୍‌ ।"

ସେହିପରି ସିଦ୍ଧାର୍ଥ ବ୍ୟାନରରେ ନିର୍ମିତ ୩୨ତମ ଫିଲ୍ମ "ଧୋ ରେ ବାବୁ ଧୋ" ରିଲିଜ ହୋଇଛି କଟକର ସଙ୍ଗମ ସିନେମା ହଲରେ । ଜଣେ ସରୋଗେସୀ ମାଆର କାହାଣୀକୁ ନେଇ ନିର୍ମାଣ କରାଯାଇଛି ଏହି ଭିନ୍ନ ଧରଣର ଚଳଚ୍ଚିତ୍ର । ଏଥିରେ ନାୟିକା ଭାବେ ଅଭିନେତ୍ରୀ ବିଦ୍ୟା ଥିବାବେଳେ ହରି ପଟ୍ଟନାୟକ ନାୟକ ଚରିତ୍ରରେ ନଜର ଆସିଛନ୍ତି । ସେହିପରି ସାତକୀ ମିଶ୍ର, ବବି ମିଶ୍ର, ପିଙ୍କି ପ୍ରଧାନ, ବ୍ରଜ ସିଂଙ୍କ ସମେତ ବହୁ କଳାକାର ଅଭିନୟ କରିଛନ୍ତି । ଏଥିରେ କମେଡ଼ି କିଙ୍ଗ୍‌ ହରିହର ନିଜେ କାହାଣୀ ଲେଖିବା ବେଳେ ଦର୍ଶକଙ୍କୁ ବେଶ୍ ଭଲ ଲାଗିବ ବୋଲି ଆଶାବାଦୀ ଅଛନ୍ତି । ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର । ଏଥିରେ ମୋଟ 5ଟି ଗୀତ ରହିଛି, ଯାହା ବେଶ ମନଛୁଆଁ ହୋଇଥିବା ଜଣାପଡ଼ିଛି । ଚଣ୍ଡୀ ପରିଜା ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏବଂ ସୀତାରାମ ଅଗ୍ରୱାଲ ପ୍ରଯୋଜକ ଦାୟିତ୍ବ ତୁଲାଇଛନ୍ତି । ତେବେ ଓଡ଼ିଆ ସିନେମା ପ୍ରତି ଲୋକମାନଙ୍କ ଆଗ୍ରହ କମିକମି ଯାଉଥିବା ବେଳେ ଏହି ଦୁଇଟି ସିନେମାକୁ ଦର୍ଶକ କେତେ ଗ୍ରହଣ କରୁଛନ୍ତି ଆଗାମୀ ଦିନରେ ଜଣାପଡିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.