ETV Bharat / state

କୁନି ପୁଅର କମାଲ, ଅଢେଇ ବର୍ଷରେ India Book of Record

author img

By

Published : Jan 29, 2022, 3:39 PM IST

ପ୍ରଶ୍ନ ନ ସରୁଣୁ ମୁହଁରୁ ବାହାରୁଛି ଫଟାଫଟ୍ ଉତ୍ତର । ଦେଶ ବିଦେଶ ଠୁ ଗ୍ରହ ନକ୍ଷେତ୍ର, ସବୁକିଛି ମୁହେଁ ମୁହେଁ କହୁଛି କୁନି ପିଲାଟି । ଅଢେଇ ବର୍ଷ ବୟସରେ ନିଜର ବିଚକ୍ଷଣ ପ୍ରତିଭା ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ ପାଇଲେ କଟକର ବିରାଜ ପ୍ରସାଦ । ଅଧିକ ପଢନ୍ତୁ

କୁନି ପୁଅର କମାଲ, ଅଢେଇ ବର୍ଷରେ India Book of Record
କୁନି ପୁଅର କମାଲ, ଅଢେଇ ବର୍ଷରେ India Book of Record

କଟକ: କୁନି ପୁଅର କମାଲ । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଅଢେଇ ବର୍ଷୀୟ ବାଳକ । ଦେଶ ବିଦେଶ ଓ ଗ୍ରହ ନକ୍ଷେତ୍ର ସମ୍ପର୍କରେ ଉତ୍ତର ଦେଇ ଜାତୀୟ ଦରବାରରେ ସାମ୍ନାନିତ ହୋଇପାରିଛନ୍ତି କଟକର ଅଢେଇ ବର୍ଷୀୟ କୁନି ପୁଅ ବିରାଜ ଭଗତ । କୁହାଯାଏ ସଫଳତା ଦେଖେନି ବୟସ ସୀମା । ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ବିରାଜ । ପିଲାଟିର ଏଭଳି ବିଚକ୍ଷଣ ପ୍ରତିଭା ଦେଖି ବାଃ ବାଃ ଦେଉଛନ୍ତି ସମସ୍ତେ ।

କଟକ ତୁଳସୀପୁର ମଧୁସୂଦନ ନଗର ଅଞ୍ଚଳରେ ବସବାସ କରୁଥିବା ଶିବେଶ୍ ଭଗତ ଓ ପଲ୍ଲବୀ ଭଗତଙ୍କ ପୁଅ ହେଉଛନ୍ତି ବିରାଜ ପ୍ରସାଦ ଭଗତ । ବିରାଜ କଥା କହିବା ଦିନଠୁ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଥିଲେ । ଖେଳକୁଦ ବୟସରେ ପିଲାଟିର ଏଭଳି ବିଚକ୍ଷଣ ପ୍ରତିଭାର ସମ୍ପର୍କରେ ଜାଣିପାରିଥିଲେ ପରିବାର ଲୋକେ । ଏହାପରେ ସେମାନେ ତାଙ୍କୁ ଦେଶବିଦେଶ, ମହାକାଶ, ଜୀବଜନ୍ତୁ ସମ୍ପର୍କରେ ଶିକ୍ଷା ଦେଇଥିଲେ ।

ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଏହି ବାଳକ ସବୁକିଛି ଖୁବ୍ ସହଜରେ ମନେ ରଖିଥିଲେ । ବାପାମାଆ ପୁଅର ଏଭଳି ଅନନ୍ୟ ପ୍ରତିଭା ଦେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଆବେଦନ କରିଥିଲେ । ଏହି ପ୍ରତିଯୋଗିତାରେ ବିରାଜ ୮ଟି ଗ୍ରହ, ୧୦ଟି ଗାଡି, ୧୨ଟି ଦେଶର ପତାକା, ୧୬ଟି ଜଳଜୀବ, ୫ଟି ଅଙ୍ଗ ଓ ୧୫ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାଁ କରିଛନ୍ତି ।

ମାଆ ପଲ୍ଲବୀ ଭଗତ ନିଜର ଦୁଇ ଝିଅ ଓ ପୁଅ ବିରାଜଙ୍କୁ ସବୁବେଳେ ନିଜର ପ୍ରତିଭା ପ୍ରଦର୍ଶିତ ଲାଗି ସବୁବେଳେ ପ୍ରୋତ୍ସାହିତ କରନ୍ତି । ବାପାମାଆଙ୍କ ଶିକ୍ଷା ପାଇଁ ଆଜି ବିରାଜ ଏପରି ସଫଳତାର ଅଧିକାରୀ ହୋଇପାରିଛନ୍ତି । ଏତେ କମ୍ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସ୍ଥାପନ କରି ଜାତୀୟ ଦରବାରରେ ନିଜର ନାମ କମାଇ ଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ବିରାଜଙ୍କ ପରିବାର । ଖାଲି ଏତିକି ନୁହେଁ ବର୍ତ୍ତମାନ ଏହି ଖବର ପ୍ରଚାରିତ ହେବା ପରେ ଭଗତ ପରିବାରକୁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.