କଟକ: ସିଲଭରସିଟି କଟକରେ ୧୫୯ କୋରୋନା ପଜେଟିଭ ଚିହ୍ନଟ । କଟକ ମହାନଗର ନିଗମରେ ଆଜି(ଗୁରୁବାର) ୧୫୯ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ୮୫ ଜଣ ଲୋକାଲ କେସ ବୋଲି ଜଣାପଡିଛି ।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪୪ ଜଣ ହୋମକ୍ବାରଣ୍ଟାଇନ ଓ ୩୦ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ୮୫ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୩ ହଜାର ୧୮୦ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୧୧ ହଜାର ୭୪୫ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୫୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧,୩୭୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ