କଟକ: ଧୀରେଧୀରେ ସୁଧୁରିବାରେ ଲାଗିଛି ଜୀବନଯାପନ ପ୍ରଣାଳୀ । 'ଫନି'ର ଜୋରଦାର ଆଘାତରେ ସମ୍ପୂର୍ଣ୍ଣ ବେହାଲ ହୋଇପଡିଥିଲା କଟକ । ଯାହାକୁ ନେଇ କଟକ ବାସୀଙ୍କ ମଧ୍ୟରେ ଯେତିକି ଦୁଃଖ ରହିଥିଲା ସେତିକି ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା । କିନ୍ତୁ ଵର୍ତ୍ତମାନ ସହରର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।
ବିଜୁଳି ପାନୀୟ ଜଳ ଯୋଗାଣ ରିଲିଫ ଓ ଯୋଗାଯୋଗ ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିସାରିଲାଣି ବୋଲି କହିଛନ୍ତି ରାଜସ୍ୱ ଡିଭିଜିନାଲ କମିଶନର ଅନୀଲ କୁମାର ସାମଲ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସହରର କିଛି ସ୍ଥାନରେ ଵର୍ତ୍ତମାନ ସୁଦ୍ଧା ବିଜୁଳି ସଂଯୋଗ ହୋଇପାରିନାହିଁ । ଯାହାଫଳରେ ସେ ଅଞ୍ଚଳର ଲୋକମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । କିନ୍ତୁ ଦୁଇରୁ ତିନି ମଧ୍ୟରେ ସମ୍ପୂର୍ଣ୍ଣ ସହର ଆଲୋକିତ ହେବ ।
କଟକର ଗ୍ରାମାଞ୍ଚଳରେ ଫନିର ସର୍ବାଧିକ ପ୍ରଭାବିତ କରିଥିଲା । କିନ୍ତୁ ଵର୍ତ୍ତମାନ ଗ୍ରମାଞ୍ଚଳରେ ମଧ୍ୟ ସ୍ଥିତି ସୁଧୁରିବାରେ ଲାଗିଛି ।
ଏହାଛଡା ରିଲିଫ ଵ୍ୟଵସ୍ଥା ଚଳିତ ମାସ 8 ତାରିଖରୁ ସହରରେ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା 80 ରୁ 90 ପ୍ରତିଶତ ଲୋକ ରିଲିଫ ପାଇସାରିଲେଣି ବୋଲି କମିଶନର କହିଛନ୍ତି । ଯେଉଁମାନେ ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି ଯଥାଶୀଘ୍ର ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି କମିଶନର ।
କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ