ETV Bharat / state

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ତିନି ଛାତ୍ର; ଜଣେ ନିଖୋଜ - କେନାଲରେ ଭାସିଗଲେ ତିନି ଛାତ୍ର

କେନ୍ଦ୍ରାପଡା କେନାଲକୁ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସିଗଲେ 3 ଛାତ୍ର । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛି । ଅଧିକ ପଢନ୍ତୁ...

three students drown in jagatpur canal
ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ତିନି ଛାତ୍ର
author img

By

Published : Nov 2, 2020, 1:25 PM IST

କଟକ: ଜଗତପୁର ସ୍ଥିତ କେନ୍ଦ୍ରାପଡା କେନାଲକୁ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସିଗଲେ 3 ଛାତ୍ର । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛି । ତେବେ ଏହି 3 ଛାତ୍ର ନାନାକାର ଗ୍ରାମର ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ତିନି ଛାତ୍ର

ଉଦ୍ଧାର ହୋଇଥିବା ଜଣେ ଛାତ୍ର ହେଉଛନ୍ତି ପ୍ରଣବ ଚୌଧୁରୀ । ସେ ଚୌଦ୍ବାର ସ୍ଥିତ କଳିଙ୍ଗ ପବ୍ଲିକ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର । ଅନ୍ୟ ଜଣେ ଛାତ୍ର ଶକ୍ତି ରାଉତ, ଯିଏକି ନିମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି । ନିଖୋଜ ଛାତ୍ର ଜଣକ ହେଉଛନ୍ତି ସ୍ବରୂପ ଜେନା । ସେ ଜଗତପୁର ଭାରତୀୟ ବିଦ୍ୟା ନିକେତନର ସପ୍ତମ ଶ୍ରେଣୀ ଛାତ୍ର l

ପ୍ରାପ୍ତ ସୂଚନା ମୁତାବକ, ଆଜି(ସୋମବାର) ସକାଳ ସମୟରେ ଏହି ତିନି ଛାତ୍ର ଆଦିତ୍ୟ ହୋଟେଲ ସାମ୍ନା କେନାଲ ରୋଡରେ ଖେଳୁଥିବା ବେଳେ କେନାଲ ଭିତରକୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ସେମାନଙ୍କ ଗୋଡ ଖସି ଯିବାରୁ ସେମାନେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ l

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.