କଟକ: ପେଟ ପୋଷିବା ପାଇଁ ସରକାରଙ୍କୁ ଗୁହାରି କଲା ଓଡିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନ । କୋରୋନା କାଳରେ ପେଟକୁ ଦାନା ଆସିବା ବନ୍ଦ ହେବାରୁ ଆତ୍ମଚିତ୍କାର କରିଛି ସଂଘ । ଯଦି 10 ଦିନ ମଧ୍ୟରେ ସରକାର କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ତେବେ ଆଗମୀ ଦିନରେ କଳାକାରଙ୍କ ଉଗ୍ରରୂପ ଦେଖିବେ ଦୀର୍ଘ 20 ବର୍ଷ ଧରି ରାଜୁତୀ କରୁଥିବା ସରକାର ।
ଆଜିକୁ ଦୀର୍ଘ 7 ମାସ ହେବ କୋରୋନା କବଳରେ ସାରା ବିଶ୍ବ । ଯାହାକୁ ପ୍ରତିକାର କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । ହେଲେ ଏହାରି ଭିତରେ କୋରୋନା ଯୋଗୁଁ ନୁହେଁ ବରଂ ପେଟକୁ ଦାନା ଦେବାରେ ସଂଘର୍ଷ କରୁଛନ୍ତି କିଛି ଗରିବ ଓ ମଧ୍ୟବିତ୍ତ । ଏହାରି ଭିତରେ ବେଶି ହଇରାଣ ହରକତ ହୋଇଛନ୍ତି କଳାକାର । ଯିଏକି ଭଜନ , ଯାତ୍ରା, ଫିଲ୍ମ , ସାଉଣ୍ଡ ଲାଇଟରେ କାର୍ଯ୍ୟ କରି ପେଟ ପୋଷିଥାନ୍ତି । ହେଲେ ବର୍ତ୍ତମାନ ସମୟ ଏମିତି ହୋଇଛି ଯେ ସେହି କଳାକାର ଏବେ ପରିବାର ପୋଷଣ କରିବା ପାଇଁ ଟଙ୍କା ଟେ ପାଇବା ପାଇଁ ମଧ୍ୟ ଦକ୍ଷତା ହରାଇ ଦେଇଛି ।
ଅନ୍ୟପଟେ ରାଜ୍ୟନୈତିକ ଦଳ ଓ ନିର୍ବାଚନ ସମୟରେ କରୋନା କଟକଣା ଯେପରି ସାଜିଛି ମୂଲ୍ୟହୀନ । ସତେ ଯେପରି ନେତା ମନ୍ତ୍ରୀ ଙ୍କ ପାଖରେ ଉଭାନ ହୋଇଛି। ମଦ ଦୋକାନ ଖୋଲୁଛି , କିନ୍ତୁ ମନ୍ଦିର ଖୋଲୁନି । ନିର୍ବାଚନ ରାଲି ରେ ନାଚ ଗୀତ ମେଲୋଡି ହେଉଥିଲା ବେଳେ ଆମ ଦାନା କଣ ପାଇଁ ମାରୁଚ ବୋଲି ସରକାର ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କଳାକାର । ତେବେ କେଟେ ଆଉ ଗୁହାରି କଲେ ଆପଣ ଶୁଣିବେ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ମ୍ୟୁଜିକ ନିର୍ଦେଶକ ଅଭିଜିତ ମଜୁମଦାର । ଯଦି କଳାକାର ନ ବଞ୍ଚେ ତେବେ ବିଶ୍ଵରୁ ଶାନ୍ତି ହଜିଯିବ । ଆଉ ଲୋକମାନଙ୍କ ମଧ୍ୟରେ ଖେଳିଯିବ ହାହାକାର । ତେବେ ସମୟ ଅଛି ଶୀଘ୍ର ବୁଝ ସରକାର । ନଚେତ ଭାବିଲା ବେଳକୁ କିଛି ନଥିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ