ETV Bharat / state

ଏସସିବି ଆଇସୋଲେସନ ୱାର୍ଡର ସୁଧୁରିବ ସ୍ଥିତି

ଏସସିବି ମେଡିକାଲ ଆଇସୋଲେସନ ୱାର୍ଡ ସ୍ଥିତି ସୁଧାରୀବାକୁ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ୱାବ ପରୀକ୍ଷା ଓ ରିପୋର୍ଟ ଆସିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ହେଲା ଆଲୋଚନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏସସିବି ଆଇସୋଲେସନ ୱାର୍ଡର ସୁଧୁରିବ ସ୍ଥିତି
ଏସସିବି ଆଇସୋଲେସନ ୱାର୍ଡର ସୁଧୁରିବ ସ୍ଥିତି
author img

By

Published : Aug 11, 2020, 7:42 PM IST

କଟକ: ଏସସିବି ମେଡିକାଲ ଆଇସୋଲେସନ ୱାର୍ଡ ସ୍ଥିତି ସୁଧାରୀବାକୁ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ୱାବ ପରୀକ୍ଷା ଓ ରିପୋର୍ଟ ଆସିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ହେଲା ଆଲୋଚନା । ଅଧିକ୍ଷକ ଡକ୍ଟର ପ୍ରଶାନ୍ତ ନନ୍ଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନନ କୋଭିଡ ରୋଗୀଙ୍କ ଚିକତ୍ସା ଓ ଆଇସଲେସନ ୱାର୍ଡ ପରିଚଳନା ଦିଗରେ ନିଆଯାଇଛି ଅନେକ ନିଷ୍ପତି ।

ବର୍ତ୍ତମାନ ସମୟରେ ଆଇସଲେସନ ୱାର୍ଡ଼ରେ କିଛି ଦିନ ହେବ ରୋଗୀ ମୃତ୍ୟ ସଂଖ୍ୟା ବଢ଼ୁଥିବା ସୁଚନା ରହିଛି । ତେବେ ତ୍ରୁଟିକୁ ସୁଧାର ଆଣିବାକୁ ଯାଇ ଏହି ବୈଠକରେ ଅନେକ ନିଷ୍ପତି ହାତକୁ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏହାସହ ଆଇସୋଲେସନ ୱାର୍ଡକୁ ଯେଉଁ କୋରୋନା ସନ୍ଦିଗ୍ଧଙ୍କୁ ପଠାଯାଉଛି ତାଙ୍କର ବି ରିପୋର୍ଟ ସମାନ୍ୟ ବିଳମ୍ବ ହେଉଥିବାରୁ ସେମାନଙ୍କ ଚିକିତ୍ସା ମଧ୍ୟ ବିଳମ୍ବ ହେଉଛି ।

ତେବେ ଏହି ସବୁ ପ୍ରସଙ୍ଗକୁ ନେଇ ଏହି ବୈଠକରେ କୋଭିଡ 19 ନୋଡାଲ ଅଧିକାରୀ ଡକ୍ଟର ମନୋରଞ୍ଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ବିଭାଗର ଡକ୍ଟର ମଧ୍ୟ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.