ETV Bharat / state

କୋଭିଡ଼ ହସ୍ପିଟାଲରେ ଅଚାନକ ପହଞ୍ଚି ସ୍ଥିତି ଯାଞ୍ଚ କଲା ସିଏମସି ଟିମ - covid update

ବାରିପଦା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଖବର ଜଣାପଡିବା ପରେ ଆକ୍ସନ ମୋଡରେ ସିଏମସି । କୋଭିଡ ହସ୍ପିଟାଲରେ ଅଚାନକ ଯାଞ୍ଚ କରୁଛି ସ୍ବତନ୍ତ୍ର ଟିମ । ଅଧିକ ପଢନ୍ତୁ...

କୋଭିଡ଼ ହସ୍ପିଟାଲରେ ଅଚାନକ ପହଞ୍ଚି ସ୍ଥତି ଯାଞ୍ଚ କଲା ସିଏମସି

author img

By

Published : Jun 1, 2021, 9:27 PM IST

କଟକ: ବାରିପଦା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଖବର ସାମ୍ନାକୁ ଆସିବା ପରେ ପ୍ରଶାସନ ଚିହିଁକି ଉଠିଥିବା ଦେଖିବାକୁ ମିଳିଛି । ଏବେ ରାଜ୍ୟବ୍ୟାପି କୋଭିଡ ହସ୍ପିଟାଲ ଗୁଡ଼ିକର ସ୍ଥିତି ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କ୍ରମରେ କଟକର ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡ଼ିକରେ ଅଚାନକ ଯାଞ୍ଚ କରିଛି ସିଏମସି । କୋଭିଡ ହସ୍ପିଟାଲର ଭିତ୍ତିଭୂମି ଯାଞ୍ଚ ପାଇଁ ଗଠିତ ସ୍ବତନ୍ତ୍ର ଟିମ ଏହି ଯାଞ୍ଚ କରିଥିଲା । 5 ଜଣିଆ ସଦସ୍ୟ ବିଶିଷ୍ଟ ଏହି ଟିମରେ ଏସସିବିର 4 ଜଣ ଡାକ୍ତର ମଧ୍ୟ ସାମିଲ ହୋଇଛନ୍ତି ।

କୋଭିଡ଼ ହସ୍ପିଟାଲରେ ଅଚାନକ ପହଞ୍ଚି ସ୍ଥତି ଯାଞ୍ଚ କଲା ସିଏମସି

ଏହି ଯାଞ୍ଚ ସମୟରେ ସମ୍ପୃକ୍ତ କୋଭିଡ ହସ୍ପିଟାଲର ଭିତ୍ତିଭୂମି ସହିତ ରୋଗୀ ଚିକିତ୍ସା ଇତ୍ୟାଦି ଯାଞ୍ଚ କରାଯାଇଥିଲା । ଏପରିକି ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ବୟାନ ମଧ୍ୟ ରେକର୍ଡ କରିଥିଲା ଏହି ଟିମ । ତେବେ ଏହି ଯାଞ୍ଚରୁ କଣ ମିଳିଲା ତାହା ଜଣା ପଡ଼ିନଥିବାବେଳେ ଏନେଇ ଏକ ବିସ୍ତୃତ ରିପୋର୍ଟ ସିଏମସି କମିଶନରଙ୍କ ସହିତ କଟକ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପ୍ରଦାନ କରାଯିବା ନେଇ ଟିମ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.