ETV Bharat / state

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ, ଆସନ୍ତା ସପ୍ତାହରେ ହେବ ଶୁଣାଣି - cuttack news

ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଆଗତ ମାମଲାରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ମନ୍ଦିରମାନଙ୍କରେ ଗର୍ଭ ଗୃହ ସଙ୍କୁଚିତ ହୋଇଥିବାରୁ ମନ୍ଦିର ଖୋଲା ଗଲେ କୋରୋନା ବ୍ୟାପିବାର ଆଶଙ୍କା ରହିଛି । ସୋମବାର ହାଇକୋର୍ଟରେ ଏହି ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି ଧାର୍ଯ୍ୟ ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ, ଆସନ୍ତା ସପ୍ତାହରେ ହେବ ଶୁଣାଣି

author img

By

Published : Sep 28, 2020, 6:55 PM IST

ପୁରୀ: ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଆଗତ ମାମଲାରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ମନ୍ଦିରମାନଙ୍କରେ ଗର୍ଭ ଗୃହ ସଙ୍କୁଚିତ ହୋଇଥିବାରୁ ମନ୍ଦିର ଖୋଲା ଗଲେ କୋରୋନା ବ୍ୟାପିବାର ଆଶଙ୍କା ରହିଛି ।

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ, ଆସନ୍ତା ସପ୍ତାହରେ ହେବ ଶୁଣାଣି

ପ୍ରତି ପଞ୍ଚାୟତ ଓ ଗାଁରେ ଧର୍ମାନୁଷ୍ଠାନ ଥିବାବେଳେ ସେ ସମସ୍ତ ସ୍ଥାନରେ ପୋଲିସ ଦେବା ସରକାରଙ୍କ ପକ୍ଷରୁ ସମ୍ଭବ ନୁହେଁ । ଏହାସହ ସୁପ୍ରିମକୋର୍ଟରେ ଗୀତାର୍ଥ ଗଙ୍ଗା ଟ୍ରଷ୍ଟ ମାମଲା ବିଚାରଧୀନ ଥିବାରୁ ସେ ମାମଲାର ଶୁଣାଣିକୁ ହାଇକୋର୍ଟ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ସୋମବାର ହାଇକୋର୍ଟରେ ଏହି ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି ଧାର୍ଯ୍ୟ ହୋଇଛି ।

ତେବେ ଆସନ୍ତା ଶୁଣାଣି ପୂର୍ବରୁ ଆବେଦନକାରୀ ପ୍ରତିଟି ଜବାଵ ଦାଖଲ କରିବେ। ପୂର୍ବରୁ ଜୟନ୍ତ ବଳଙ୍କ ପକ୍ଷରୁ ଆଗତ ମାମଲାରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଅଗଷ୍ଟ 10 ତାରିଖରେ ଏହି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଦୀର୍ଘ ଦିନ ପରେ ସରକାର କୌଣସି ନିଷ୍ପତ୍ତି ନେଇନଥିବାରୁ ଏ ସମ୍ପର୍କରେ ଏକ ରିପିଟିସନ ଦାଖଲ କରିଥିଲେ ଜୟନ୍ତ ବଳ । ଦାଖଲ ହୋଇଥିବା ଏହି ପିଟିସନରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରକାର ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବାକୁ ଆବେଦନ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.