ETV Bharat / state

Teachers day: ପ୍ରତିମୂର୍ତ୍ତି ଉନ୍ମୋଚନ କରି ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି - ନୀଳମାଧବଜୀୟ ବିଦ୍ୟାଳୟର ପ୍ରତିଷ୍ଠାତା

ଦେଶ ପାଳନ କରୁଛି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଜୟନ୍ତୀ । ନୀଳମାଧବଜୀୟ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଶିକ୍ଷକ ସ୍ବର୍ଗତ ସାଧୁ ଚରଣ ବଡୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ପ୍ରଥମ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଗୁରୁଦିବସରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି
ଗୁରୁଦିବସରେ ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି
author img

By ETV Bharat Odisha Team

Published : Sep 5, 2023, 7:51 PM IST

ନୀଳମାଧବଜୀୟ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି

ନିଆଳି: ଆଜି ଦେଶ ପାଳନ କରୁଛି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଜୟନ୍ତୀ । ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଗୁରୁଦିବସ ରୂପେ ବେଶ ଆଡମ୍ବର ସହକାରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳନ କରାଯାଇଛି । ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନମାନଙ୍କରେ ମହାନ ଗୁରୁଙ୍କ ଗୁଣଗାନ ହୋଇଛି ।

ଏହି ଅବସରରେ କଟକ ଜିଲ୍ଲା ନିଆଳି ବ୍ଳକର ସିଠାଳୋ ପଞ୍ଚାୟତ ଶାସନପଦା ନୀଳମାଧବଜୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ନିଆରା କାର୍ଯ୍ୟକ୍ରମ । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଶିକ୍ଷକ ସ୍ବର୍ଗତ ସାଧୁ ଚରଣ ବଡୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ବିଦ୍ୟାଳୟ ଫାଟକ ସ୍ବର୍ଗତ ବଡୁଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । କଟକ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଆବସ୍ଥିତ ଦେବୀ କନ୍ଦଳ ଦ୍ବିପାଞ୍ଚଳ ନଦୀ ନାଳ ଘେରା ଅଞ୍ଚଳ । ଏଠାରେ ସେତେବେଳେ ପାଠ ପଢିବା ପାଇଁ କୌଣସି ସୁଯୋଗ ନଥିଲା । ସେହି ସମୟରେ ଶାସନପଦା ନୀଳମାଧବଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ । ଚାଳ ଘରର ମାଟି କାନ୍ଥରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି ୫ଟିରେ ରୂପାନ୍ତରିତ ହୋଇଛି। ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀରେ ପିଲାମାନେ ପାଠ ପଢ଼ୁଛନ୍ତି ।

ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ କହିଛନ୍ତି, ‘‘କଟକରେ ଶେଷ ସୀମାକୁ ଲାଗିଥିବା ଏହି ଗାଁରେ ନା ଥିଲା ଶିକ୍ଷା ନା ଶିକ୍ଷାର ସୁବିଧା । ସାଧୁ ଚରଣ ବଡୁ ଶିକ୍ଷାର ବିକାଶ ଦିଗରେ ପ୍ରଥମ ପଦକ୍ଷପ ଗ୍ରହଣ କରିଥିଲେ । ଏବେ ଏହି ବିଦ୍ୟାଳୟରୁ ଉତ୍ତିର୍ଣ୍ଣ ହୋଇ ବହୁ ଛାତ୍ରଛାତ୍ରୀ ରାଜ୍ୟ, ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ଅଛନ୍ତି । ବିଦ୍ୟାଳୟର ପ୍ରତିଷ୍ଠାତା ଓ ଶିକ୍ଷକ ସ୍ବର୍ଗତ ସାଧୁ ଚରଣ ବଡୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହି ମହତ କାର୍ଯ୍ୟ ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିବ ।’’

ଏହା ବି ପଢନ୍ତୁ: Teachers Day: ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶକ ଗୁରୁ, ଗୁରୁ ବିନା ଜ୍ଞାନ ନାହିଁ

ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷାବିତ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଶାନ୍ତ କୁମାର ମହାନ୍ତି, ସ୍ଥାନୀୟ ସରପଞ୍ଚ କବିତା ମହାପାତ୍ର, ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ, ସମାଜସେବୀ ସଉରୀ ପ୍ରସାଦ ସ୍ବାଇଁ, ସେକ୍ରେଟାରେ ମାଇନ୍ସ ସଂଗ୍ରାମୀ କେଶରୀ ସ୍ବାଇଁ ପ୍ରମୁଖ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ବଡୁଙ୍କ ଗୁଣଗାନ କରିଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.