କଟକ: ଗୁରୁଙ୍କ ଉଗ୍ର ରୂପର ଶିକାର ହେଲେ ଛାତ୍ର । ଏମିତି ଦଣ୍ଡ ଦେଲେ ଯେ ଛାତ୍ର ଏକାଥରକେ ମେଡିକାଲରେ ଭର୍ତ୍ତି । ଯେଉଁଥିପାଇଁ ଅଭିଭାବକଙ୍କ ମହଲରୁ ଶିକ୍ଷକଙ୍କ ବହିଷ୍କାର ଦାବି ହୋଇଛି । ତେବେ ସାଲେପୁର ଶ୍ରୀକ୍ଷେତ୍ର ଘରୋଇ +2 ରେସିଡେଣ୍ଟାଲ ବିଜ୍ଞାନ କଲେଜର ହଷ୍ଟେଲରେ ଘଟିଛି ଏପରି ଘଟଣା ।
ଖବର ଅନୁଯାୟୀ, ଘରୋଇ ହଷ୍ଟେଲରେ ରହି ପାଠପଢୁଥିବା ଏହି ଛାତ୍ରଙ୍କୁ ମାରି ଶିକ୍ଷକ ଜଣକ ନୋଳା ଫଟେଇ ଦେଇଛନ୍ତି । ତେବେ 12ରୁ ଊର୍ଦ୍ଧ୍ବ ପିଲାଙ୍କୁ ଅମାନୁଷିକ ଭାବେ ମାଡମାରିଥିବା ଶିକ୍ଷକଙ୍କ ନାମରେ ଅଭିଯୋଗ ହୋଇଛି ।
ସେଥି ମଧ୍ୟରୁ ଦୁଇ ଜଣ ଛାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସିତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାକୁ ନେଇ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ଦେଖାଦେଇଛି ଉତ୍ତେଜନା । ଏନେଇ ସାଲେପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ