ETV Bharat / state

ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । ଫାଇନାନ୍ସ କମ୍ପାନୀ ଅଫିସ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟାକୁ ନେଇ ସନ୍ଦେହ । ଅଧିକ ପଢ଼ନ୍ତୁ

ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ
ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ
author img

By ETV Bharat Odisha Team

Published : Sep 17, 2023, 8:06 AM IST

ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: ଫାଇନାନ୍ସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକରେ ଫାଇନାନ୍ସ କମ୍ପାନୀ ଅଫିସ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ବଢୁଛି ସନ୍ଦେହ । ସେପଟେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଶାଶୁଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ଯୁବକ ଦିବ୍ୟଜ୍ୟୋତି ମହାପାତ୍ର ମାତ୍ର 20 ଦିନ ହେବ କଟକର ଭାରତ ଫାଇନାନ୍ସରେ କାମ କରୁଥିଲେ । ତେବେ ଦିବ୍ୟଜ୍ୟୋତି ସେହି ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଅନ୍ୟ ତିନି ଜଣ ଯୁବକଙ୍କ ସହ ମିଶି କଟକରେ ରହୁଥିଲେ । ଗତକାଲି(ଶନିବାର) ସକାଳୁ କର୍ମଚାରୀମାନେ ଦିବ୍ୟଜ୍ୟୋତିଙ୍କ ମୃତଦେହ ଦେଖି କମ୍ପାନୀ ମ୍ୟାନେଜରଙ୍କୁ ଖବର ଦେଇଥିଲେ । ଏହାସହ ଏନେଇ ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ପୁରୀଘାଟ ଥାନା ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘରର ଝରକାରୁ ଝୁଲନ୍ତା ଅବସ୍ଥାରେ ଦିବ୍ୟଜ୍ୟୋତିଙ୍କ ମୃତଦେହ ଉଦ୍ଧାର କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଓମାନରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ

ତେବେ ଝରକାରେ ଦିବ୍ୟଜ୍ୟୋତି ଝୁଲି ଥିବା ବେଳେ ତାଙ୍କ ଗୋଡ ସମ୍ପୂର୍ଣ୍ଣ ତଳେ ଲାଗିଥିବାରୁ ତାଙ୍କୁ ହତ୍ୟା କରି ଟଙ୍ଗାଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସେପେଟେ ପୋଲିସ ଏନେଇ ଅନ୍ୟ 3 ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ପଚରାଉଚରା କରୁଥିବା କହିଛନ୍ତି ଡିସିପି । ଅନ୍ୟପକ୍ଷେ ପ୍ରେମ ସମ୍ପର୍କ କିମ୍ବା ଅର୍ଥ କାରବାରକୁ ନେଇ ଏଭଳି ଘଟଣା ଘଟିଥିବା ମଧ୍ୟ ପୋଲିସ ସନ୍ଦେହ କରିଛି । ତେବେ ପୋଲିସ ଦିବ୍ୟଜ୍ୟୋତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ SCB ମେଡିକାଲକୁ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବକଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର ।

ଏହା ମଧ୍ୟ ପଢ଼ନ୍ତୁ...ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ପରିବାର ଆଣିଲା ହତ୍ୟା ଅଭିଯୋଗ

ସେପଟେ ଦିବ୍ୟଜ୍ୟୋତିଙ୍କ ମୃତ୍ୟୁକୁ ନେଇ ଏବେ ନାନା ସନ୍ଦେହ ସୃଷ୍ଟି ହୋଇଛି । ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ଦିଗକୁ ଇଙ୍ଗିତ କରୁଛି ତାହା ତଦନ୍ତ ସାପେକ୍ଷ । କିନ୍ତୁ ମୃତକଙ୍କ ଗୋଡ଼ ତଳେ ଲାଗି ଥିବା ଏହି ଘଟଣାକୁ ଆହୁରି ଜଟିଳ କରୁଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏହି ଘଟଣାରେ ପୋଲିସ ଯୁବକଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରୁଥିବା ସହ ଏନେଇ ତନାଘନା ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.