ETV Bharat / state

ସୁଶ୍ରୀଙ୍କ ତୂଳୀରେ ଜୀବନ୍ତ କଳାକୃତି: ପରିଚୟ ଦେଲା ଚିତ୍ରକଳା, ଅନଲାଇନ ବ୍ୟବସାୟରେ ମିଳୁଛି ରୋଜଗାର

author img

By

Published : May 23, 2022, 4:43 PM IST

ଲକଡାଉନ ଦେଲା ସଫଳତା । ଚିତ୍ରକଳାକୁ ରୋଜଗାରର ପନ୍ଥା କରି ସ୍ବତନ୍ତ୍ର ପରିଚୟ ପାଇଛନ୍ତି କଟକ ଝିଅ ସୁଶ୍ରୀ । ଅଧିକ ପଢ଼ନ୍ତୁ

success story of  dot mandala artist sushri kar
ସୁଶ୍ରୀଙ୍କ ତୂଳୀରେ ଜୀବନ୍ତ କଳାକୃତି: ଅନଲାଇନ ବ୍ୟବସାୟ କରି ବେଶ ପଇସା ରୋଜଗାର କରୁଛନ୍ତି

କଟକ: କଠିନ ପରିଶ୍ରମ ହିଁ ସଫଳତା ଚାବିକାଠି । ଉଦ୍ୟମ, ଆଗ୍ରହ ଓ ଇଚ୍ଛାଶକ୍ତି ଥିଲେ ଜୀବନର ଲକ୍ଷ୍ୟ ଆପେ ଫିଟିଯାଏ । ସଫଳତାର ପରିସର ମଧ୍ୟରେ ଏବେ ନିଜ ନାଁ କୁ ଯୋଡିଛନ୍ତି କଟକ ଝିଅ ସୁଶ୍ରୀ କର । ଚିତ୍ରକଳାକୁ ନିଜ ଜୀବନରେ ଲକ୍ଷ୍ୟ ସଜେଇ ସେ ପାଇଛନ୍ତି ସ୍ବତନ୍ତ୍ର ପରିଚୟ । ଅନନ୍ୟ କଳାକୃତ୍ତି ଯୋଗୁଁ ସୁଶ୍ରୀ ବେଶ ଚର୍ଚ୍ଚାରେ ରହିଛନ୍ତି । ଖାଲି ସେତିକି ନୁହେଁ, ଚିତ୍ର ପ୍ରତି ଥିବା ଦୁର୍ବଳତାକୁ ସେ ରୋଜଗାର ପନ୍ଥା ଭାବରେ ଆପଣାଇଛନ୍ତି ।

ଅନଲାଇନ ବ୍ୟବସାୟ କରି ବେଶ ପଇସା ରୋଜଗାର କରୁଛନ୍ତି

କଟକ ନିବାସୀ ସୁଶ୍ରୀ କର ଗ୍ରାଜୁଏସନ ପାଠ ସାରି ଓପିଏସି ପାଇଁ ପ୍ରସ୍ତୁତ ହେଉଥିଲେ । ମାତ୍ର କୋରୋନା ଯୋଗୁଁ ପାଠ ପଢ଼ାରେ ବାଧା ସୃଷ୍ଟି ହୋଇଥିଲା । ହେଲେ ଏହାରି ଭିତରେ ସେ ଧୈର୍ଯ୍ୟହରା ନହୋଇ ନିଜ ସମୟର ସଦୁପଯୋଗ କରିଥିଲେ। ଘରେ ବସି କିଛି ନୂଆ କରିବାର ସ୍ବପ୍ନ ଦେଖିଲେ । ଆଉ ୟୁଟ୍ୟୁବ ତାଙ୍କୁ ଦେଖାଇଲା ସଫଳତାର ମାର୍ଗ । ଡଟ ମଣ୍ଡଲା ଚିତ୍ରକଳା ପ୍ରତି ଆକର୍ଷିତ ହୋଇଥିଲେ ସୁଶ୍ରୀ । ଏହାକୁ ପାଥେୟ କରି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ଶିବ, ହନୁମାନ, ଜଗନ୍ନାଥଙ୍କ ଭଳି ଅନେକ ଭଗବାନଙ୍କ ଡ଼ଟ ମଣ୍ଡଲା ଶୈଳୀରେ ଚିତ୍ର ଆଙ୍କି ସୋସିଆଲ ମିଡିଆରେ ପୋଷ୍ଟ କଲେ । ଲୋକମାନେ ଏହାକୁ ପସନ୍ଦ କରିବା ସହ ଅର୍ଡର କରିବାକୁ ଲାଗିଲେ । ସୁଶ୍ରୀଙ୍କ ଚିତ୍ରକଳାର ଚାହିଦା ଏତେମାତ୍ରାରେ ବଢ଼ିଲା ଯେ, ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କ ଅର୍ଡର ଆସିଲା । ବର୍ତ୍ତମାନ ନିଜ ହାତ ତିଆରି ଚିତ୍ରକଳାକୁ ବିକ୍ରି କରି ବେଶ ପଇସା ରୋଜଗାର କରିପାରୁଛନ୍ତି ସୁଶ୍ରୀ ଏବଂ ଜଣେ ସଫଳ ଅନଲାଇନ ବ୍ୟବସାୟୀ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ପିଲାଟି ଦିନରୁ ସୁଶ୍ରୀଙ୍କର ପାଠପଢ଼ା ସହ ଚିତ୍ର ପ୍ରତି ବେଶ ଦୁର୍ବଳତା ଥିଲା । ତାଙ୍କର ଏଭଳି ସଫଳତା ପାଇଁ ପରିବାର ଲୋକଙ୍କ ସମର୍ଥନ ଥିବା ସହ ଝିଅ ପାଇଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଥିବା ମାଆ କହିଛନ୍ତି । ଆଗକୁ ମଧ୍ୟ ତାଙ୍କର ଏହି କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ଦୀର୍ଘ ଦୁଇ ବର୍ଷ ଧରି ଲୋକଙ୍କ ଜୀବନରେ ଅଭିଶପ୍ତ ପାଲଟିଥିବା ଲକଡାଉନ ସୁଶ୍ରୀଙ୍କ ଜୀବନ ବଦଳାଇଦେଇଛି । ଆଗାମୀ ଦିନରେ ସେ ଜଣେ ବଡ଼ ବ୍ୟବସାୟୀ ହେବେ ବୋଲି ଆଶା ରଖିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.