କଟକ: ଅଡଶପୁର ହଷ୍ଟେଲରେ ଅଭାବନୀୟ ଘଟଣା। ହଷ୍ଟେଲ ମଧ୍ୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଛାତ୍ରୀ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଯାଜପୁର କୁଆ ଖିଆ ଥାନା ବେଦମତି ଗ୍ରାମର ରଶ୍ମି ରେଖା ଖିଲାର । ସେ ଅଡଶପୁର ସ୍ଥିତ ଉଦାୟନାଥ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ୩ୟ ବର୍ଷର ଛାତ୍ରୀ ଥିଲେ । ସ୍ଥାନୀୟ ଦେବକୀ ହଷ୍ଟେଲରେ ରହୁଥିବା ବେଳେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏବେ ସନ୍ଦେହ ଘେରରେ ।
ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୦ରେ ଯୁକ୍ତ ୩ରେ ପାଠ ପଢିବା ପାଇଁ କଟକ ଅଡଶପୁରକୁ ଆସିଥିଲେ ଛାତ୍ରୀ ଜଣଙ୍କ । ବର୍ତ୍ତମାନ ସେ ଯୁକ୍ତ ୩ ଶେଷ ବର୍ଷରେ ପାଠ ପଢୁଥିବା ବେଳେ ସେ ରହୁଥିବା ଦେବକି ହଷ୍ଟେଲରେ ଆଜି ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ଓଲଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତଛାତ୍ରୀଙ୍କ ପରିବାର ଲୋକେ ଝିଅକୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ତେବେ ଛାତ୍ରୀ ଜଣଙ୍କ ଯଦି ଆତ୍ମହତ୍ୟା କରିଛନ୍ତି ତେବେ କାହିଁକି ଏପରି ନିଷ୍ପତ୍ତି ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାପଛରେ ରହିନି ତ ପ୍ରେମ ଜନିତ ବେପାର । ଛାତ୍ରୀ ଜଣଙ୍କ ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣଙ୍କ କାହା ସହ କଥା ହୋଇଛନ୍ତି ନା ନାହିଁ ତାହା ତାହା ଛାତ୍ରୀଙ୍କ ମୋବାଇଲରୁ ହିଁ ସ୍ପଷ୍ଟ ହେବ । ଯଦି ଛାତ୍ରୀ ଜଣଙ୍କୁ ହତ୍ୟା କରାଯାଇଛି ତେବେ କେଉଁ କାରଣକୁ କେନ୍ଦ୍ର କରି ଓ କିଏ ଏହି ହତ୍ୟାକାଣ୍ଡ ଭିଆଇଲା ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ପୋଲିସର ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ।
ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟପରାଗ ଯୋଗୁଁ ସମଲେଶ୍ୱରୀ ମନ୍ଦିର ବନ୍ଦ, ରୀତିନୀତି ପ୍ରଭାବିତ
ଏନେଇ ମୃତ ଛାତ୍ରୀଙ୍କ ରୁମ ମେଟ କହିଛନ୍ତି, ''ଗତକାଲି ଆମେ ତାକୁ କାଇବାକୁ ଡାକିଥିଲି କିନ୍ତୁ ସେ ପେଟ ଭଲ ନଥିବା କହି ଖାଇବାକୁ ଆସିନଥିଲା । ତାପାରେ ଆମେ ସମସ୍ତେ ମିଶି ମାର୍କେଟ ଯାଇଥିଲୁ, ଏହା ପରେ ହଷ୍ଟେଲକୁ ଫେରିବା ପରେ ସମସ୍ତ ଦୀପ ଲଗାଇବାକୁ ତଳକୁ ଆସିଥିଲୁ, କିନ୍ତୁ ସୁଇଟି ଆସିନଥିଲା । ଆମେ ତାକୁ ଡାକିବାରୁ ସେ ମଧ୍ୟ ମନା କରିଥିଲା । କିଛି ସମୟ ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲୁ ।''
ଇଟିଭି ଭାରତ, ନିଆଳି