କଟକ: ବିସ୍କୁଟ ଖାଇଦେବାରୁ ଭାଇଭଉଣୀଙ୍କୁ ସାବତ ମାଆ ଓ ବାପା ମାଡ଼ ମାରିବା ଘଟଣା । ଥାନାରେ ଅଭିଯୋଗ ପରେ ସାବତ ମାଆ ଓ ବାପାକୁ ବାନ୍ଧିଲା ପୋଲିସ । ଦୁଇ ଛୁଆଙ୍କୁ ଅତ୍ୟାଚାର ଘଟଣାରେ ଜନ୍ମଦାତ୍ରି ମାଆଙ୍କ ଏତଲା ଆଧାରରେ ଗିରଫ କଲା ଆଠଗଡ଼ ପୋଲିସ । ଦୁଇ ଅଭିଯୁକ୍ତ ହେଉଛନ୍ତି ସୁନିଲ କୁମାର ନନ୍ଦ ଓ ତାଙ୍କ ଦ୍ବିତୀୟ ସ୍ତ୍ରୀ ପୁଷ୍ପଲତା । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ଥାନା ଅଧିକାରୀ । ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଝିଅଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ବିସ୍କୁଟ ଖାଇବାରୁ ପିଶାଚୀ ସାଜିଲା ସାବତ ମାଆ, ଛୁଆଙ୍କୁ ମାଡ ମାରି କଲା ଲହୁଲୁହାଣ
ଅକ୍ଟୋବର 31 ତାରିଖରେ ଆଠଗଡ଼ ଅଞ୍ଚଳର ଅଶୋକ ନଗର ଅଞ୍ଚଳରେ ଦୁଇ ଭାଇ ଭୋଉଣୀ ବିସ୍କୁଟ୍ ଖାଇ ଦେବାରୁ ସାବତ ମାଆ ଓ ବାପା ତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ । ଆହତ ଅବସ୍ଥାରେ ଦୁଇ ଭାଇଭଉଣୀ ଘରୁ ଲୁଚି ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ । ଦୁଇ ଛୁଆଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ ନଥିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଆଠଗଡ ମେଡିକାଲରେ ଭର୍ତ୍ତି କରିବା ସହିତ ପୋଲିସକୁ ଖବର ଦେଇଥିଲା । ସାବତ ମାଆର ମାଡ଼ରେ ଭାଇ ଭଉଣୀ ଗୁରୁତର ଆହତ ହୋଇ ଆଠଗଡ଼ ମେଡିକାଲରେ ଭର୍ତ୍ତି ହେଇଥିଲେ ।
ଏହା ମଧ୍ୟ ପଢନ୍ତୁ-50 ହଜାର ଟଙ୍କାରେ ନାବାଳିକା ଝିଅକୁ ସାବତ ବାପା ଓ ମାଆ ବିକ୍ରି ଉଦ୍ୟମ, ଭଣ୍ଡୁର କଲା ଜିଆରପି
ତେବେ ଦିନେ କି ଦୁଇ ଦିନ ନହେଁ ଦୀର୍ଘ ଦିନ ଉଭୟ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆଣିଥିଲେ ଦୁଇ ଶିଶୁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଠଗଡ଼ ପୋଲିସ ସାବତ ମାଆକୁ ଅଟକ ରଖିବା ସହ ଥାନାରେ ପଚରାଉଚରା ଜାରି ରଖିଥିଲା । ବାଙ୍କି ପାର୍ଥପୁର ଅଞ୍ଚଳର ସୁନିଲ କୁମାର ନନ୍ଦ ପ୍ରଥମ ସ୍ତ୍ରୀକୁ ଛାଡ଼ି ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ଧରି ଆଠଗଡ଼ ଥାନା ଅଶୋକ ନଗରରେ ଭଡ଼ା ସୁତ୍ରରେ ରହୁଥିଲେ । ସୁନିଲ ନିଜ ସ୍ତ୍ରୀର ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିଜ ପାଖରେ ରଖି ନିର୍ଯାତନା ମଧ୍ୟ ଦେଉଥିଲେ । ତେବେ ତମାମ ଘଟଣା ଉପରେ ତଦନ୍ତ କରିବା ପରେ ଉଭୟ ପିତାମାତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଇଟିଭି ଭାରତ, କଟକ